ଅକ୍ଟୋବର ସୁଦ୍ଧା ଉପଲବ୍ଧ ହେବ ଆଉ ୪ଟି କରୋନା ଟିକା

0 479
greentech

ନୂଆଦିଲ୍ଲୀ ୦୫/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ ଆଉ ୪ଟି କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି । ଏହି ଟିକାଗୁଡ଼ିକ ହେଲେ ଜାଇଡସ କାର୍ଡିଲାର ଜାଇକୋଭ-ଡି, ବାୟୋଲୋଜିକାଲ-ଇ, ନୋଭାଭାକ୍ସ ଓ ଜେନୋକା । ସେହି ସମୟ ବେଳକୁ କୋଭାକ୍ସିନର ଉପଲବ୍ଧତା ମଧ୍ୟ ବଢିବାର ସମ୍ଭାବନା ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ୨୦ କୋଟି ଓ ଅକ୍ଟୋବର ମାସରେ ୨୫ କୋଟି କରୋନା ଟିକା ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପକ୍ଷରେ ଆସନ୍ତା ଅଗଷ୍ଟ ୧୫ ପରେ ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଅନୁମୋଦନ ମିଳିବା ଆଶା କରାଯାଉଛି । ଏହି ଅନୁମୋଦନ ମିଳିବା ପରେ କୋଭାକ୍ସିନର ଅନ୍ତର୍ଜାତୀୟ ଯୋଗାଣ ନେଇ ପ୍ରତିବନ୍ଧକ ରହିବ ନାହିଁ ।

ଗତ ମାସରେ ଭାରତ ବାୟୋଟେକ୍ କହିଥିଲା ଯେ ଜରୁରୀକାଳୀନ ବ୍ୟବହାର ଲାଗି ତାଲିକାଭୁକ୍ତ କରିବାକୁ ଆବଶ୍ୟକ ସବୁପ୍ରକାରର କାଗଜପତ୍ର ଡବ୍ଲୁଏଚଓ ନିକଟରେ ଦାଖଲ କରାଯାଇଛି । ଖୁବଶୀଘ୍ର ଅନୁମୋଦନ ମିଳିବା ନେଇ କମ୍ପାନିର ଅଧ୍ୟକ୍ଷ ଡ. କ୍ରିଷ୍ଣା ଇଲା ଆଶା ପ୍ରକଟ କରିଥିଲେ ।

Leave A Reply

Your email address will not be published.

five + five =

error: Content is protected !!
Open chat