
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଡିସେମ୍ବର ୩୧ ଯାଏ ଘରେ ରହି କାମ କରିବେ ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୂରସଂଚାର ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। କର୍ମଚାରୀମାନେ କିଭଳି ଘରେ ରହି କାମ କରିବେ, ଏଥିପାଇଁ ବ୍ୟବସ୍ଥା କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ପ୍ରାୟ ୮୦ ପ୍ରତିଶତ ଆଇଟି ଓ ବିପିଓ କମ୍ପାନୀର କର୍ମଚାରୀ ଘରେ ରହି କାର୍ଯ୍ୟ କରୁଛନ୍ତି। ଜରୁରୀ ଆବଶ୍ୟକତା ଥିବା କର୍ମଚାରୀମାନେ କେବଳ ଅଫିସ ଯାଉଛନ୍ତି।

ସୂଚନାଥାଉ କି, କରୋନା ସଂକ୍ରମଣ ପାଇଁ ପ୍ରଥମେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଥିଲା। ପରେ ଏହି ଅବଧିକୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।