ଆଜି ରାଜ୍ୟରେ ୨୮୨ କରୋନାପଜିଟିଭ ଚିହ୍ନଟ

0 469
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୮୨ ଜଣ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୨୫୬ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୨୬ଟି ସ୍ଥାନୀୟ କେସ ବୋଲି ଜଣାପଡିଛି | ସେହିପରି ଏମାନଙ୍କ ମଧ୍ୟରେ ୮ ଜଣ ଏନଡିଆରଏଫ ଯବାନ ମଧ୍ୟ ରହିଛନ୍ତି | ଆଜି ଚିହ୍ନଟ ହୋଇଥିବା ୨୮୨ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୩ ଜଣ, ବାଲେଶ୍ୱରରୁ ୩ ଜଣ, କଟକରୁ ୪ ଜଣ, ଯାଜପୁରରୁ ୬ ଜଣ, ପୁରୀରୁ ୯ ଜଣ, ଅନୁଗୁଳରୁ ଜଣେ, ଜଗତ୍ସିଂହପୁରରୁ ୧୧ ଜଣ, କନ୍ଧମାଳରୁ ୧୭ ଜଣ, ଗଞ୍ଜାମରୁ ୭୫ ଜଣ, ଗଜପତିରୁ ୭୬ ଜଣ, ସୁନ୍ଦରଗଡ଼ରୁ ଜଣେ, ସମ୍ବଲପୁରରୁ ୧୩ ଜଣ, ବଲାଙ୍ଗୀରରୁ ଜଣେ, ମୟୁରଭଞ୍ଜରୁ ୬ ଜଣ, କୋରାପୁଟରୁ ଜଣେ, ନୟାଗଡ଼ରୁ ଜଣେ ବୋଲି ଜଣାପଡିଛି |ସେହିପରି ଚିହ୍ନଟ ହୋଇଥିବା ୮ ଜଣ ଏନଡିଆରଏଫଯବାନଙ୍କ ପଶ୍ଚିମବଙ୍ଗରୁ ଅମ୍ପନ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ସାରି ଫେରିଥିଲେ | ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଂଚିଛି | ଏମାନଙ୍କ ମଧ୍ୟରୁ ୩୯୮୮ ଜଣ ସୁସ୍ଥ ହୋଇଥିବାବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି | ସେହିପରି ୧୭୪୦ଟି ଏବେ ସକ୍ରିୟ ମାମଲା ରହିଛି |

Leave A Reply

Your email address will not be published.

19 + 7 =

error: Content is protected !!
Open chat