ଆନ୍ଧ୍ରରେ ଇଂରାଜୀ ମାଧ୍ୟମରେ ଶିକ୍ଷା ବାଧ୍ୟତାମୂଳକ

0 398
greentech

ବିଜୟୱାଡା ୧୬/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି। ରାଜ୍ୟର ସମସ୍ତ ଅନୁସ୍ନାତକ ମହାବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ସେ ମଙ୍ଗଳବାର ଘୋଷଣା କରିଛନ୍ତି। ତାହାସହିତ ତେଲୁଗୁ ଭାଷା ମାଧ୍ୟମରେ ପାଠପଢା ବ୍ୟବସ୍ଥାକୁ ସେ ଉଚ୍ଛେଦ କରିଛନ୍ତି। ଏହି ନୂଆ ଶିକ୍ଷା ବ୍ୟବସ୍ଥା ୨୦୨୧-୨୨ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବାନେଇ ଜଗନ ଘୋଷଣା କରିଛନ୍ତି।
ଏ ସମ୍ପର୍କରେ ପ୍ରକାଶିତ ସରକାରୀ ବିବୃତିରେ କୁହାଯାଇଛି ଯେ ଅନୁସ୍ନାତକ ସ୍ତରର ଛାତ୍ରଛାତ୍ରୀ ସେମାନଙ୍କ ପାଠ୍ୟକ୍ରମ ଇଂରାଜୀ ମାଧ୍ୟମରେ ପଢିବାର ଜରୁରୀ ଆବଶ୍ୟକତା ରହିଛି। ଏହାଦ୍ୱାରା ତେଲୁଗୁ ମାଧ୍ୟମରୁ ଇଂରାଜୀ ମାଧ୍ୟମକୁ ସ୍ନାତକ ସ୍ତରରେ ରୂପାନ୍ତରିତ ହେବା ସହଜ ହୋଇପାରିବ। ତାହାସହିତ ସରକାର ଅନୁସ୍ନାତକ ପାଠ୍ୟକ୍ରମରେ ବିଭିନ୍ନ ସ୍ତରରେ ସ୍ପୋକନ ଇଂଲିଶ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ କରିବେ। ବିବୃୁତିରେ କୁହାଯାଇଛି, ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ସମସ୍ତ ସରକାରୀ, ଘରୋଇ ଏବଂ ସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବା ନିଷ୍ପତ୍ତି ନେଇଛି। ତେଲୁଗୁ ମାଧ୍ୟମରେ ଶିକ୍ଷା ଦେଉଥିବା ସମସ୍ତ ଶିକ୍ଷାନୁଷ୍ଠାନ ଇଂରାଜୀ ମାଧ୍ୟମକୁ ରୂପାନ୍ତରଣ ହେବା ନିମନ୍ତେ ଜୁନ୍‍ ୧୮ରୁ ୨୮ ମଧ୍ୟରେ ଆବେଦନ କରିବାକୁ ହେବ ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ତେବେ ସମୁଦାୟ ପାଠ୍ୟକ୍ରମରେ ତେଲୁଗୁ ଭାଷା ଏକ ବିଷୟ ହୋଇ ରହିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

Leave A Reply

Your email address will not be published.

4 × 1 =

error: Content is protected !!
Open chat