ଆଫଗାନିସ୍ତାନରେ ତାଲିବାନ ଶାସନକୁ ଚୀନ, ପାକିସ୍ତାନର ସମର୍ଥନ

0 387
greentech

କାବୁଲ : ଆଫଗାନିସ୍ତାନ ତାଲିବାନ ଅଧିନକୁ  ଆସିବା ପରେ ପ୍ରଥମ ଦେଶ ଭାବେ ଚୀନ ଓ ପାକିସ୍ତାନ ଏହାକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି ଦୁଇ ଦେଶ ହିଁ ତାଲିବାନକୁ ଗୋପନରେ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ଦେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ଏବେ ତାଲିବାନକୁ ଖୋଲାଖୋଲି ସମର୍ଥନ କରି ଏହି ଦୁଇ ଦେଶ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ।

ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ଆଫଗାନିସ୍ତାନ ସହ ଏକ ବନ୍ଧୁତ୍ବପୂର୍ଣ୍ଣ ଓ ସହଯୋଗମୂଳକ ସମ୍ପର୍କ ରଖିବାକୁ ଚୀନ ଚାହେଁ । ନିଜେ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାର ଅଧିକାର ଆଫଗାନିସ୍ତାନବାସୀଙ୍କ ରହିଛି, ଚୀନ ଏହାକୁ ସମ୍ମାନ କରେ । ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ, ଆଫଗାନିସ୍ତାନବାସୀ ଦାସତ୍ବର ବନ୍ଧନରୁ ମୁକ୍ତ ହୋଇଛନ୍ତି । ଏହି ବୟାନ ସହ ସେ ତାଲିବାନକୁ ପରୋକ୍ଷରେ ସ୍ବାଗତ କରିଥିବା ମନେକରାଯାଉଛି ।

ଅନ୍ୟପକ୍ଷରେ ଇରାନ ମଧ୍ୟ ପରୋକ୍ଷରେ ତାଲିବାନକୁ ସ୍ବାଗତ କରିଛି । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇଜି କହିଛନ୍ତି ଯେ ଆଫଗାନିସ୍ତାନରେ ଆମେରିକାର ପରାଜୟ ପରେ ଏ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

Leave A Reply

Your email address will not be published.

fourteen + 13 =

error: Content is protected !!
Open chat