ଆରଡ଼ି-ଯାଜପୁର ଜାତୀୟ ରାଜପଥ: ଲଗାଣ ବର୍ଷାରେ କୟାଁଗୋଲା ବ୍ରୀଜ ନିକଟରେ ଦେଢ଼ଶହ ଫୁଟର ଆପ୍ରୋଚ ରୋଡ ଧସିଲା

0 424
greentech


ଭଦ୍ରକ/ଆରଡ଼ି,(କଳିଙ୍ଗ ଜ୍ୟୋତି ବ୍ୟୁରୋ/ମଣିପ୍ରସାଦ ପାଢୀ),୨୦/୦୮ : ଭଦ୍ରକ ଜିିିିିିଲ୍ଲା ଅନ୍ତର୍ଗତ ଆରଡ଼ି-ଯାଜପୁର ଜାତୀୟ ରାଜପଥର ବୋଡକ ଠାରେ ଗତ ୨ ଦିନର ଲଗାଣ ବର୍ଷାରେ ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।

ପ୍ରାପ୍ତ ଖବର ଅନୁସାରେ, ଗତ କିଛି ଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଆରଡ଼ି-ଯାଜପୁର ମୁଖ୍ୟ ରାସ୍ତାର କୟାଁଗୋଲା ବ୍ରୀଜ଼ ନିକଟରେ ରାସ୍ତାର ପାଖାପାଖି ଦେଢ଼ଶହ ଫୁଟର ମାଟି ଅତଡ଼ା ସହ ପଥର ଧସି ଯାଇଛି । ଏହାକୁ ଗୁରୁତର ସହ ନେଇ ରାସ୍ତାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜାତୀୟ ରାଜମାର୍ଗ କତ୍ତୃପକ୍ଷ ତୁରନ୍ତ ଏହାର ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଏହି ଧସିଥିବା ସ୍ଥାନକୁ ଲୁଚାଇବାକୁ ଯାଇ ବିଭାଗୀୟ ଅଧିକାରୀ ଏକ ଜରିପାଲ ପକାଇ ସ୍ଥାନଟିକୁ ଘୋଡାଇଥିବା ଦେଖିବାକୁ ମିଳିଛି । ଜାତୀୟ ରାଜମାର୍ଗ କତ୍ତୃପକ୍ଷଙ୍କ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଜନଅସନ୍ତୋଷ ଦେଖିବାକୁ ମିଳିଛି।

Leave A Reply

Your email address will not be published.

four × 3 =

error: Content is protected !!
Open chat