ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବା ଶର୍ମା

0 273
greentech

ଗୌହାଟି,୧୦/୦୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ବା ଶର୍ମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗତଦୀଶ ମୁଖୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ହା ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ହିମନ୍ତ ବିଶ୍ବା ଶର୍ମା ହେଲେ ଆସାମର ପଞ୍ଚଦଶ ଓ ବିଜେପିର ଦ୍ବିତୀୟ ମୁଖ୍ୟମନ୍ତ୍ରୀ।

ସୂଚନା ଥାଉ କି, ୨୦୧୫ରେ ହିମନ୍ତ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ସେ ଆସାମ ସହ ସମଗ୍ର ଉତ୍ତର-ପୂର୍ବରେ ବିଜେପିର ସଂକଟମୋଚକ ସାଜିଛନ୍ତି । ଭାରତର ଉତ୍ତର-ପୂର୍ବ ଭାଗରେ ବିଜେପିକୁ ମଜଭୁତ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ଏଥର ବିଧାନସଭା ନିର୍ବାଚନରେ ହିମନ୍ତ ଜାଲୁକବାରୀ ଆସନରୁ ପ୍ରାର୍ଥୀ ହୋଇଥିଲେ । ଏଠାରେ ସେ ନିଜର ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ରୋମେନ ଚନ୍ଦ୍ର ବୋରଠାକୁରଙ୍କୁ ୧.୦୧ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଶନିବାର ହିମନ୍ତ ଏବଂ ସୋନୋୱାଲ ଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ଉକ୍ତ ବୈଠକରେ ହିମନ୍ତଙ୍କୁ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସାମରେ ଅନେକ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଦଳକୁ ସେଠାରେ ବିଜୟୀ କରାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦେଖି ବିଜେପି ହାଇକମାଣ୍ଡ ତାଙ୍କୁ ପୁରସ୍କୃତ କରିଛନ୍ତି ।

Leave A Reply

Your email address will not be published.

5 × 1 =

error: Content is protected !!
Open chat