ଓଡ଼ିଶାରେ କାଲିଠୁ ନାଇଟ୍ କର୍ଫ୍ୟୁ

0 379
greentech

ଭୁବନେଶ୍ୱର ୧୫/୪: ରାଜ୍ୟକୁ ପୁଣି ଫେରିଲା କୋଭିଡ୍ କଟକଣା । ରାଜ୍ୟରେ କାଲିଠୁ ନାଇଟ୍ କର୍ଫ୍ୟୁ କଟକଣା ଲାଗିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ ଦେଖି ନୂଆ ପଦକ୍ଷେପ ନେଲେ ରାଜ୍ୟ ସରକାର । ନୂଆ ପଦକ୍ଷେପ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ବାହାର ରାଜ୍ୟରୁ ଓଡିଶା ଆସୁଥିବା ଆରଟିପିସିଆର୍ ବାଧ୍ୟତାମୂଳକ ହେବ । ନାଇଟ୍ କର୍ଫ୍ୟୁ ବେଳେ ପରିବହନକୁ ଅଟକାଯିବ ନାହିଁ । ଏହା ସହ ସାରା ରାଜ୍ୟରେ କୋଚିଂ କ୍ଲାସର ଅଫ ଲାଇନ୍ କ୍ଲାସ୍ ବନ୍ଦ ହେବ । କଟକଣା ନେଇ କୌଣସି ସ୍ୱତନ୍ତ୍ର ପାସ୍ ଦିଆଯିବ ନାହିଁ । ନିଜର ଆଇ କାର୍ଡ ବ୍ୟବହାର କରିପାରିବେ କର୍ମଚାରୀ ।

ମାଛ, ପରିବା ମାର୍କେଟରେ କଟକଣା ଲାଗୁ ହେବ । କୋଭିଡ୍ ନିୟମ ନମାନିଲେ ଦୋକାନ ସିଲ୍ ହେବ । ଏହାସହ ଅନ୍ତରାଜ୍ୟ ବସ୍ ଚଳାଚଳ ବାତିଲ ହୋଇଛି । ଖାଲି ସେତିକି ନୁହେଁ, ଅଟୋ, ଟ୍ୟାକ୍ସି ଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି । ଡ୍ରାଇଭରକୁ ଛାଡି ଅଟୋ, ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯିବେ । ବସରେ କେହି ଠିଆ ହୋଇ ଯାଇପାରିବେନି । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଓ ଘରୋଇ ଅଫିସ୍ । ଯାତ୍ରା, ଥିଏଟରରେ ହଜାରେ ଦର୍ଶକଙ୍କୁ ଅନୁମତି । ପୂର୍ବରୁ ଯାତ୍ରା, ଥିଏଟରରେ ୨ ହଜାର ଦର୍ଶକଙ୍କୁ ଅନୁମତି ଥିଲା ।

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ସମସ୍ତ କୋଭିଡ୍ ହସ୍ପିଟାଲ । ୪୦ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତି ନିଆଯାଇଛି । ରାଜ୍ୟରେ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୋଷଣା ହୋଇଛି । ଶନିବାର ଓ ରବିବାର ୧୦ ଜିଲ୍ଲାରେ ଲାଗୁ ହେବ କଟକଣା । ଛତିଶଗଡ ସହ ଲାଗିକି ଥିବା ଜିଲ୍ଲା ଗୁଡିକ ପାଇଁ ଲାଗୁ ହେବ ଏହି ନିୟମ । ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସମୟ ବଦଳିଛି । ରାତି ୧୦ ବଦଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ ।

୨୦ ଜିଲ୍ଲାରେ ସବୁ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ନାଇଟ୍ କର୍ଫ୍ୟୁ ବେଳେ ଜରୁରି ପରିବହନ ସେବା ଜାରି ରହିବ । ଏହା ସହ ସାମାଜିକ, ସାଂସ୍କୃତିକ, ରାଜନୈତିକ ଓ ଧାର୍ମିକ ରାଲି ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

18 − 11 =

error: Content is protected !!
Open chat