ଓଡିଶାରେ ବଢି ଚାଲିଛି ସ୍ଥାନୀୟ ସଂକ୍ରମଣ – ମହାମାରୀ ଦେଖାଉଛି ଗୋଷ୍ଠୀ ସଂକ୍ରମଣ ଭୟ ! !

0 247
greentech
  • ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୫୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୧୦୬୭, ଲୋକାଲ କେସ୍ ୫୨୭ – ଆଜି କରୋନା ନେଲା ପୁଣି ୬ ମୁଣ୍ଡ : ମୋଟ ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି ! !
  • ଗଂଜାମରୁ ସର୍ବାଧିକ ୭୩୨, ଖୋର୍ଦ୍ଧାରୁ ୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ ପହଞ୍ଚିଲା

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୪/୦୭ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଏପରିକି କାଲିର ରେକର୍ଡ ଆଜି ଭାଙ୍ଗିଚାଲିଛି କରୋନା ମହାମାରୀ । ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ଏହି କ୍ରମରେ ଆଜି ୨୮ ଜିଲ୍ଲାରୁ ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୫୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବାବେଳେ ୫୨୭ ଲୋକାଲ କେସ୍ ରହିଛି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ହଜାର ୬୯୩କୁ ବୃଦ୍ଧି ପାଇଛି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୭୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଖୋର୍ଧା ଜିଲ୍ଲାରୁ ୩୨୦ ଚିହ୍ନଟ ହୋଇଛନ୍ତି। ୧୪ହଜାର ୩୯୨ ଜଣ କରେନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ବର୍ତ୍ତମାନ ୮ହଜାର ୧୪୮ ଆକ୍ଟିଭ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ସେହିପରି, ଆଜି ଚିହ୍ନଟ ହୋଇଥିବା ୧୫୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ  ୭୩୨ ଜଣ ଆକ୍ରାନ୍ତ କେବଳ ଗଂଜାମ ଜିଲ୍ଲାରୁ ଚିହ୍ନଟ ଦ୍ୱିତୀୟ ସ୍ଥାନରେ ଖୋର୍ଧା ଜିଲ୍ଲାରୁ ୩୨୦ ଚିହ୍ନଟ ହୋଇଛନ୍ତି । ସେପଟେ କଟକରୁ ୧୩୬, ଅନୁଗୁଳରୁ ୧୦, ବାଲେଶ୍ୱରରୁ ୨୨, ବରଗଡରୁ ୮, ଭଦ୍ରକରୁ ୬୦, ବୌଦ୍ଧରୁ ୪୧, ଢେଙ୍କାନାଳରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୫, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧାମାଳରୁ ୧୭, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୦, କୋରାପୁଟରୁ ୩୩, ମାଲକାନଗିରିରୁ ୯, ମୟୂରଭଂଜରୁ ୩୨ , ନବରଙ୍ଗପୁରରୁ ୩, ନୟାଗଡରୁ ୧୦, ନୂଆପଡାରୁ ୧, ପୁରୀରୁ ୩୦, ସମ୍ବଲପୁପରୁ ୧୩, ସୋନପୁରରୁ ୪ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଜି ପୁଣି କରୋନା ନେଇଛି ୬ ମୁଣ୍ଡ । କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୨୦ କୁ ବୃଦ୍ଧି ପାଇଛି। ଭଦ୍ରକ, ଗଜପତି, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଗଞ୍ଜାମ ଜିଲ୍ଲାରୁ ତିନିଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୬ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି। ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

୧- ଗଞ୍ଜାମ ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୨- ରାୟଗଡା ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୩- ଗଜପତି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ।
୪- ଗଞ୍ଜାମ ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କା ମହିଳା।
୫- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା।
୬- ଭଦ୍ରକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

ଅନ୍ୟ କାରଣରୁ ଦୁଇଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ଏବଂ ନୟାଗଡ଼ ଜିଲ୍ଲାର ଜଣଙ୍କର ମୃତ୍ୟୁ ହୋଇଛି, ଏହା ସହ ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି।

୧ – ଖୋର୍ଦ୍ଧା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ ଇଣ୍ଟ୍ରା ମସ୍ତିଷ୍କ ରକ୍ତସ୍ରାବ ଏବଂ ମସ୍ତିଷ୍କ ଇନଫାର୍କସନ କାରଣରୁ ମୃତ୍ୟୁ ହୋଇଛି। ୨- ନୟାଗଡ଼ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ପେଟ ଏବଂ ଫୁସଫୁସ କର୍କଟ କାରଣରୁ ମୃତ୍ୟୁ ହୋଇଛି।

Leave A Reply

Your email address will not be published.

13 + 16 =

error: Content is protected !!
Open chat