କୃଷକ ଆନ୍ଦୋଳନକୁ ପୁରିଲା ୬ମାସ : କଳା ପଗଡି ପିନ୍ଧି ଓ କଳା ପତାକା ଉଡାଇ କଳା ଦିବସ ପାଳନ କଲେ କୃଷକ

0 298
greentech

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ସାରା ଦେଶର କୃଷକମାନଙ୍କୁ ଆଜି କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲା | ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଘୋଷଣା କରିଥିଲା | ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ସ୍ଥାନରେ କଳା ଦିବସ ପାଳନ କରାଯାଇଛି |

ପଞ୍ଜାବ ଏବଂ ଦିଲ୍ଲୀରେ କୃଷକମାନେ ବିରୋଧ ପ୍ରଦର୍ଶନ କରି ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି। ପଞ୍ଜାବର ବିଭିନ୍ନ ସ୍ଥାନରେ କୃଷକମାନେ ଆଜି ସେମାନଙ୍କ ଘରେ କଳା ପତାକା ଲଗାଇଛନ୍ତି। ଏହା ସହ କୃଷକମାନେ ନୂଆଦିଲ୍ଲୀର ସିଂଘୁ, ଗାଜୀପୁର ଏବଂ ଟିକ୍ରି ଠାରେ ସରକାରୀ ନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି |

ବରିଷ୍ଠ କୃଷକ ନେତା ଅବତାର ସିଂ ମେହମା କହିଛନ୍ତି ଯେ, କେବଳ ବିରୋଧ ପ୍ରଦର୍ଶନ ସ୍ଥାନରେ ନୁହେଁ ହରିୟାଣା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ଗ୍ରାମରେ ମଧ୍ୟ କଳା ପତାକା ଉତ୍ତୋଳନ କରାଯାଇଛି ଏବଂ ଗ୍ରାମବାସୀ ସେମାନଙ୍କ ଘର ଉପରେ ତଥା ଗାଡିରେ କଳା ପତାକା ଲଗାଇଛନ୍ତି। କେବଳ କଳା ପତାକା ନୁହେଁ କଳା ପଗଡି ଏବଂ ମହିଳାମାନେ କଳା ଓଢଣୀ ପକାଇ ଆନ୍ଦୋଳନ କରିଛନ୍ତି |

ମେହମା ଆହୁରି ମଧ୍ୟ କହିଛନ୍ତି ଯେ, “ସରକାରୀ ନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିରୋଧ କରିବାର ୬ମାସ ବିତିଯାଇଥିଲେ ମଧ୍ୟ ଆଜି ସାତ ବର୍ଷ କାର୍ଯ୍ୟ ସମାପ୍ତ କରିଥିବା ସରକାର ଆମ କଥା ଶୁଣୁ ନାହାଁନ୍ତି। ଆମେ ଥକି ଯିବୁ ନାହିଁ | ଆମ ଦାବି ପୂରଣ ହେବା ଯାଏଁ ଆନ୍ଦୋଳନ ଜାରି ରହିବ |”

Leave A Reply

Your email address will not be published.

17 − 4 =

error: Content is protected !!
Open chat