କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ କରାଯାଉ : କଂଗ୍ରେସ

0 294
greentech

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ରାଜ୍ୟ ସରକାର କୋଭିଡ ମୃତକଙ୍କ ପତ୍ନୀ ଓ ଅନାଥ ପିଲାଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମାତ୍ର କୋଭିଡ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ଲୁଚାଇ ମିଥ୍ୟା ତଥ୍ୟରେ ତାହା କିଭଳି ସମ୍ଭବ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସରକାର ନିଜକୁ କୋଭିଡ ମୁକାବିଲାରେ ଦେଶରେ ଏକନମ୍ବର କରିବା ପାଇଁ କୋଭିଡ ମୃତ୍ୟୁର ସଠିକ ତଥ୍ୟକୁ ଲୁଚାଇବାରେ ବ୍ୟସ୍ତ ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ କରିବାକୁ ସେ ଦାବୀ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ଏହାକୁ ନେଇ ରାଜରାସ୍ତାକୁ ଯିବ ବୋଲି ଚେତାବନୀ ଦେଇଛନ୍ତି।
କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଏବଂ ରାଜ୍ୟ ସରକାର ତାଙ୍କ ଅଫିସିଆଲ ପୋର୍ଟାଲରେ ଦେଇଥିବା ତଥ୍ୟ ମେଳଖାଉ ନାହିଁ। ତେଣୁ ଏହା ସିଧାସଳଖ ପ୍ରମାଣିତ କରୁଛି ଯେ ରାଜ୍ୟ ସରକାର ନିଜର ଭାବମୂର୍ତି ବଞ୍ଚାଇ ରଖିବା ପାଇଁ ଏବଂ କୋଭିଡ ମୁକାବିଲାରେ ହୋଇଥିବା ବିଫଳତାକୁ ଘୋଡାଇବା ପାଇଁ କୋଭିଡ ମୃତ୍ୟୁର ବାସ୍ତବ ତଥ୍ୟକୁ ଲୁଚାଇ ରଖିବା ସହିତ ରାଜ୍ୟର ୪.୫ କୋଟି ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି। ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛି ଯେ, ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ଲହରରେ ପ୍ରଥମ କୋଭିଡ ମୃତ୍ୟୁ, ଚାନ୍ଦପୁର କୋଭିଡ ହସପିଟାଲ ୨୮.୪.୨୦୨୧ରେ ହୋଇଥିଲା ଏବଂ ରିପୋର୍ଟ ଦେବା ପର୍ଯ୍ୟନ୍ତ ଚାନ୍ଦପୁର କୋଭିଡ ହସପିଟାଲରେ ୧୧୭ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି। ସେଥି ମଧ୍ୟରୁ ୨୧ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଅନ୍ୟସମସ୍ତ ନୟାଗଡ଼ ଜିଲ୍ଲାର ଏବଂ ରାଜ୍ୟ ସରକାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛି ପ୍ରଥମ ଏବଂ ଦ୍ୱିତୀୟ ଲହରରେ ସେହି ନୟାଗଡ଼ ଜିଲ୍ଳାରେ ୫୯ଜଣ ମୃତ୍ୟୁ ଘଟିଛି। ନୟାଗଡ଼ରେ ଏହି ଘଟଣା ଭାତ ହାଣ୍ଡିରୁ ଗୋଟିଏ ମାତ୍ର।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍‍ ଦାଶ ଓ ଜିନେସ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

five × five =

error: Content is protected !!
Open chat