ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧନ୍ତୁ: ଡିଏମ୍‌ଇଟି

0 492
greentech

ଭୁବନେଶ୍ବର ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡିଶାରୁ ୪ ଜଣ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଏଥିସହ ଓମିକ୍ରନ ୫ଗୁଣ ଅଧିକ ଜୋରରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ରୋକ ଲଗାଯାଇଛି । ଯେଉଁଠି ଗହଳି ଓ ବଣଭୋଜି ହେଉଛି, ସେଠାରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟବିଭାଗ ।

ଏଥିସହ ଆଉ ୪ଟି ସାମ୍ପୁଲ ଜିନମ ସିକ୍ୟୁଏନସିଂ ପାଇଁ ଯାଇଥିବା ସେ ସୂଚନା ଦେଇଛନ୍ତି । ଆଇସିୟୁ ବେଡ୍ ଓ ଭେଂଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡରେ ରଖାଯାଇଥିବା ଡିଏମଇଟି ସୂଚନା ଦେଇଛନ୍ତି ।

ଓମିକ୍ରନକୁ ନେଇ ଏବେ ଚିନ୍ତା ବଢୁଥିବା ବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଦୁଇଟି ଅଧ୍ୟୟନ କହୁଛି ଓମିକ୍ରନର ବିଶେଷ ପ୍ରଭାବ ପଡିନପାରେ । କିନ୍ତୁ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ । ଭିଡ ନିୟନ୍ତ୍ରଣ ହେଉଛି ସୁବୁଠୁ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସର୍ଭିଲାନ୍ସ, ଟିକାକରଣ, କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଯେତେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କର ଜିନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବ ବୋଲି ସେ କହିଛନ୍ତିି । ଏପଟେ ସଂକ୍ରମଣ ରୋକିବା ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।https://9e3627d6982a306db94074c8ca5febe2.safeframe.googlesyndication.com/safeframe/1-0-38/html/container.html

ଆଜି ସୁଦ୍ଧା ରାଜ୍ୟରେ ୪ କୋଟି ୮୨ ଲକ୍ଷ ଟିକା ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଘରକୁ ଘର ଟିକାକରଣ ଜାରି ରହିଛି । ୨ କୋଟି ୮୮ ଲକ୍ଷ ଲୋକ ପ୍ରଥମ ଡୋଜ ନେଇ ସାରିଛନ୍ତି । ୩୭ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇନଥିବା ବେଳେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାଁନ୍ତି । ଜାନୁଆରୀ ୧୫ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକା ଦେବାକୁ ଲକ୍ଷ ରଖାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

twenty − thirteen =

error: Content is protected !!
Open chat