ଘନଉଛି ଯୁଦ୍ଧ ଆଶଙ୍କା – ଅରୁଣାଞ୍ଚଳ, ସିକ୍କିମ ଓ ଉତ୍ତରାଖଣ୍ଡ ସୀମାରେ ଅସ୍ତ୍ରଶସ୍ତ୍ର ଓ ସୈନିକ ଠୁଳ କରୁଛି ଚୀନ

0 197
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଚୀନ ଭାରତ ସହ ତିକ୍ତତା କମ କରିବା ପାଇଁ ଆଲୋଚନା ହେବା ନେଇ ପ୍ରସ୍ତାବ ରଖୁଛି । ଏପରିକି ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ କଥା କହୁଛି । କିନ୍ତୁ ନିଜ ଦୋମୁହାଁ ନୀତିରୁ ପଛଘୁଞ୍ଚା ଦେଉନି ଡ୍ରାଗନ୍ । ଚୀନ ପୂର୍ବ ଲଦାଖ, ପେଙ୍ଗଙ୍ଗ ସୋ, ଗଲଓ୍ୱାନ ଘାଟି ସମେତ ଅନେକ ସ୍ଥାନରେ ଅଧିକ ସଂଖ୍ୟକ ସୈନ୍ୟଙ୍କୁ ମୁତୟନ କରିଛି ।ସୂଚନାନୁସାରେ, ଅରୁଣାଞ୍ଚଳ ପ୍ରଦେଶ, ସିକ୍କିମ ଓ ଉତରାଖଣ୍ଡ ନିକଟରେ ଥିବା ଏଲଏସିର ଅନେତ ମହତ୍ୱପୂର୍ଣ୍ଣ ସେକ୍ଟରରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । ଏପରିକି ଏହି ସବୁ ଅଞ୍ଚଳରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରିବାରେ ଲାଗିଛି । ଚୀନ ଏହି ସମୟରେ ସୈନ୍ୟ ସଂଖ୍ୟା ବୃଦ୍ଧି କରୁଛି ଯେତେବେଳେ ଉଭୟ ଦେଶ ମଧ୍ୟରେ ସୈନ୍ୟ ଓ କୁଟନୈତିକ ବାର୍ତ୍ତା ଜାରି ରହିଛି ।ଗତ ସୋମବାର ଉଭୟ ଦେଶର ସେନାର ବରିଷ୍ଠ କମାଣ୍ଡରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବ ଲଦାଖର ସମସ୍ତ ଉତ୍ତେଜନାପ୍ରବଣ ସ୍ଥାନରେ ଉଭୟ ଦେଶ ନିଜର ସେନା ପ୍ରତ୍ୟାହାର କରିବେ ବୋଲି କହିଥିଲେ । ବୁଧବାର କୁଟନୈତିକ ସ୍ତରରେ ମଧ୍ୟ ଆଲୋଚନା ହୋଇଥିଲା ।ସୂଚନାଯୋଗ୍ୟ, ଜୁନ ୧୫ରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ବେଳେ ଚୀନର ମଧ୍ୟ ୪୩ଜଣ ସୈନ୍ୟ ନିହତ ହୋଇଥିଲେ । ଚୀନ ଗଲଓ୍ୱାନ ଘାଟି ଉପରେ ନିଜର ଦାବି ଜାହିର କରୁଛି । କିନ୍ତୁ ଏଥିରେ କୌଣସି ତଥ୍ୟ ନାହିଁ ।

Leave A Reply

Your email address will not be published.

fifteen − one =

error: Content is protected !!
Open chat