ଚଳିତ ବର୍ଷ ହେବ ସ୍ବତନ୍ତ୍ର ଓଜେଇଇ, ଆସନ୍ତା କାଲିଠାରୁ ଅନଲାଇନ ଆବେଦନ ଆରମ୍ଭ

0 328
greentech

ଭୁବନେଶ୍ବର ୨୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଆୟୋଜନ କରାଯିବ । ଏଥିପାଇଁ ଆସନ୍ତା କାଲି ଅର୍ଥାତ ଜୁଲାଇ ୨୩ରୁ  ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଓ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ । ଅଗଷ୍ଟ ୧୨ ପର୍ୟ୍ୟନ୍ତ ପରୀକ୍ଷା ଫି ଦାଖଲ କରିହେବ । ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ (ମୁଖ୍ୟ) ପାଇଁ ଆବେଦନ କରିନାହାନ୍ତି ବା କରିବେ ନାହିଁ, କେବଳ ସେମାନେ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ କରିପାରିବେ ।

ଗତ ବର୍ଷ କୋଭିଡ୍ ମହାମାରୀ ଯୋଗୁଁ ସ୍ବତନ୍ତ୍ର ଓଜେଇଇ ଆୟୋଜନ ହୋଇପାରିନଥିଲା । ତେବେ ଏବର୍ଷ ମହାମାରୀ ସତ୍ତ୍ବେ ତାହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପ୍ରଥମ ପର୍ୟ୍ୟାୟ ଓଜେଇଇ କାଉନସେଲିଂପରେ ଖାଲି ପଡ଼ିଥିବା ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜର ପ୍ରଥମ ବର୍ଷ ବିଟେକ୍ ସିଟଗୁଡ଼ିକୁ ପୂରଣ କରିବାକୁ ସ୍ବତନ୍ତ୍ର ଓଜେଇଇ କରାଯାଇଥାଏ ।

ଛାତ୍ରଛାତ୍ରୀମାନେ https://ojee.nic.in/ କୁ ଯାଇ ଆବେଦନ କରିବା ସହ ଅନ୍ୟାନ୍ୟ ସବିଶେଷ ବିବରଣୀ ପ୍ରାପ୍ତ କରିପାରିବେ ।

Leave A Reply

Your email address will not be published.

13 − two =

error: Content is protected !!
Open chat