ଜମ୍ମୁ ବାୟୁସେନା ଘାଟି ଆକ୍ରମଣ ଘଟଣା: ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର

0 456
greentech

ନୂଆଦିଲ୍ଲୀ ୨୯/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି । ଏହି ଆକ୍ରମଣ ଘଟଣାରେ ସୀମାପାର ସଂପୃକ୍ତି ରହିଥିବା ବିଷୟର ତଦନ୍ତ କରିବ ଏନଆଇଏ । ସୂଚନାଯୋଗ୍ୟ ଯେ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଏହି ଧରଣର ପ୍ରଥମ ଘଟଣା ଥିଲା । ବାୟୁସେନା ଘାଟି ଉପରେ ଡ୍ରୋନରୁ ଦୁଇଟି ବୋମାମାଡ କରାଯାଇଥିଲା । ଏଥିରେ ଦୁଇଜଣ ଯବାନ ଆହତ ହୋଇଥିବାବେଳେ ସେଠାରେ ଥିବା ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଆକ୍ରମଣର ପ୍ରଭାବ କମ୍‍ ରହିଥିବାରୁ ଉକ୍ତ ସାମରିକ ସ୍ଥଳର ବିଶେଷ କ୍ଷୟକ୍ଷତି ଘଟିନାହିଁ । କିନ୍ତୁ ଏହା ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବାରୁ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦିଆଯାଇଛି । ଏହି ଆକ୍ରମଣ ଘଟଣା ଘଟିବା ପରେ ଦୁଇଦିନ ଧରି ଭାରତୀୟ ସୁରକ୍ଷା ବାହିନୀ ଜମ୍ମୁ କାଶ୍ମୀରରେ ଦୁଇଟି ଦୁଇଟି ପୃଥକ ପୃଥକ ଘଟଣାରେ ଏହିଭଳି କେତେକ ଡ୍ରୋନ ଠାବ କରିବା ସହିତ ସେଗୁଡିକ ଉପରେ ପାଲଟା ଆକ୍ରମଣ କରିଛନ୍ତି । ଇତିମଧ୍ୟରେ ଜମ୍ମୁ କାଶ୍ମୀର ସମେତ ପଡୋଶୀ ପଞ୍ଜାବ ଆଦି ସ୍ଥାନରେ ଥିବା ସାମରିକ ସ୍ଥଳଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।

Leave A Reply

Your email address will not be published.

7 + 13 =

error: Content is protected !!
Open chat