ଟିକା ଅଭାବ, ଟିକାକରଣ ବାଧାପ୍ରାପ୍ତ

0 277
greentech

ଭୁବନେଶ୍ୱର ଆଜିଠୁ ପ୍ରାୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକା ବନ୍ଦ ରହିବ । ଟିକା ଅଭାବ ଯୋଗୁ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲି ୪୫ ବର୍ଷରୁ ଊଦ୍ଧ୍ୱର୍ ଟିକାକରଣ ପ୍ରକ୍ରିୟାରେ ଓଡିଶାକୁ ଆସିବ ୩ଲକ୍ଷ ୫ ହଜାର ୪ଶହ ୬୦ କୋଭିସିଲ୍ଡ ଟିକା । ସେହିପରି ଆସନ୍ତା ୬ ତାରିଖରେ ୪୦ ହଜାର କୋଭାକ୍ସିନ ଟିକା ପହଞ୍ଚିବ । ଏ ସମସ୍ତ ଟିକା କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ଯୋଗାଇ ଦିଆଯିବ ।

ସେହିପରି ୧୮ରୁ ୪୪ ବର୍ଷ ଟିକାକରଣ ଲାଗି ଆସନ୍ତା ଜୁନ ୭ ତାରିଖରେ ଓଡିଶାକୁ ଆସିବ ୨୬ ହଜାର ଡୋଜ କୋଭାକ୍ସିନ ଟିକା । ସେହିପରି ଜୁନ ୯ରେ ୨ ଲକ୍ଷ ୨୭ ହଜାର ୭୫୦ ଡୋଜ କୋଭିସିଲ୍ଡ ଟିକା । ଏ ସମସ୍ତ ଟିକା ରାଜ୍ୟ ସରକାର କମ୍ପାନୀମାନଙ୍କ ଠାରୁ କିଣିବେ ।

Leave A Reply

Your email address will not be published.

3 × 1 =

error: Content is protected !!
Open chat