ଦୁଇଟି ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍ : ଜିଲ୍ଲାପାଳଙ୍କ ସୂଚନା – ଆସନ୍ତାକାଲି ଠାରୁ ଜୁଲାଇ ୩୧ ତାରିଖ ଯାଏଁ ରହିବ ବଳବତ୍ତର

ସମ୍ବଲପୁର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୧/୦୭ : ଆସନ୍ତାକାଲି ଠାରୁ ଜୁଲାଇ ୩୧ ଯାଏଁ ସଟ୍ଡାଉନ୍ ବଳବତ୍ତର ରହିବ। ଦୁଇଟି ପର୍ଯ୍ୟାୟରେ ସଟ୍ଡାଉନ୍ ଲାଗୁ ହେବ। ୨୨ରୁ ୨୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ସଟ୍ଡାଉନ୍ ଏବଂ ୨୬ରୁ ୩୧ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ସଟ୍ଡାଉନ୍ ଲାଗୁ ହେବ। କରୋନା ସଂକ୍ରମଣ ରୋକିବା ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ।
ପ୍ରଥମ ପର୍ଯ୍ୟାୟ ସଟ୍ଡାଉନ୍ ବେଳେ ଦୋକାନବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସହର ଭିତରେ ବାଇକ୍ ଚଳାଚଳ ବନ୍ଦ ରହିବ। ସରକାରୀ ଓ ବେସରକାରୀ ପରିବହନ ଉପରେ କଟକଣା ଜାରି କରାଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ହସ୍ପିଟାଲ, କ୍ଲିନିକ, କ୍ଷୀର ଦୋକାନ, ପେଟ୍ରୋଲ ପମ୍ପ ଖୋଲା ରହିବ। ଖାଦ୍ୟ ପାର୍ସଲ ନେବା ପାଇଁ ରାସ୍ତାକଡ଼ ଢାବା ଖୋଲା ରହିବ।
