ଦେଶରେ କରୋନା ମହାମାରୀର ପ୍ରକୋପ କମିବାରେ ଲାଗିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

0 247
greentech

ନୂଆଦିଲ୍ଲୀ ୦୮/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ କରୋନା ମହାମାରୀର ପ୍ରକୋପ କମିବାରେ ଲାଗିଛି । ଗତ ଏକ ସପ୍ତାହରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ ୩୩ ପ୍ରତିଶତ ହ୍ରାସ ପାଇଛି । ସେହିପରି ସକ୍ରିୟ ସଂକ୍ରମଣ ସଂଖ୍ୟା ୬୬ ପ୍ରତିଶତ ହ୍ରାସ ପାଇଛି । ଦେଶର ୧୫ଟି ରାଜ୍ୟରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶରେ ଆରୋଗ୍ୟ ହାର ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁନ ୧ରୁ ୭ ମଧ୍ୟରେ ଦେଶରେ ପଜିଟିଭିଟି ହାର ୬.୩ ପ୍ରତିଶତ ହ୍ରାସ ପାଇଛି ।

ଏହି ଅବସରରେ ନିତି ଆୟୋଗ ସଦସ୍ୟ ଡ. ଭି.କେ. ପଲ କହିଛନ୍ତି ଯେ କରୋନା ଭୁତାଣୁ ଶିଶୁମାନଙ୍କୁ ଆକ୍ରାନ୍ତ କରୁଥିବାର ତଥ୍ୟ ବହୁତ କମ ରହିଛି । ଏଣୁ ୩ୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ତାହା କରିବା ବିଜ୍ଞାନସମ୍ମତ ନୁହେଁ । ତେବେ ଦେଶରେ ଏବେ ମହାମାରୀର ପ୍ରକୋପ କମୁଥିଲେ ମଧ୍ୟ ଲୋକମାନେ ଅସତର୍କ ନ ହୋଇ କରୋନା ନିୟମାବଳୀ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

seven + ten =

error: Content is protected !!
Open chat