ନକଲି ଔଷଧ କାରବାର ମାମଲା : ସ୍ୱତନ୍ତ୍ର ଟିମ୍‍ ଗଠନ କଲା ଏସଟିଏଫ୍‍

0 375
greentech

ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ ନକଲି ଔଷଧ କାରବାର ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ପୁଲିସ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି। ଡ୍ରଗ୍ସ କେଂଟ୍ରାଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଖୁବ୍‍ ଶୀଘ୍ର ତଦନ୍ତ ଆରମ୍ଭ ହେବ ବୋଲି ଡିଜିପି କହିଛନ୍ତି।
ସୂଚନାଯୋଗ୍ୟ, କଟକରୁ ନକଲି ଔଷଧ ଜବତ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୧ ତାରିଖ ଦିନ କଟକ ସହରର କନିକା ଛକ ନିକଟ ଏକ ହୋଲସେଲ୍‌ଫ ଔଷଧ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା। ଔଷଧ ଦୋକାନ ଉପରେ ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରିଥିଲା। ଏହି ମେଡିସିନ ହୋଲସେଲର ଦୋକାନରୁ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ୧୭ ହଜାର ଫାଭିପିରାଭିର ଟାବଲେଟ ଜବତ ହୋଇଥିଲା।

Leave A Reply

Your email address will not be published.

16 − 9 =

error: Content is protected !!
Open chat