ନିରୀହ ଲୋକଙ୍କୁ ହଇରାଣ ନକରି ଯଥାଶୀଘ୍ର ପୀଡ଼ିତ ପରିବାରର ସମସ୍ୟାର ସମାଧାନ କରିବା ପାଇଁ ବରଗଡ ଜିଲ୍ଲାପାଳଙ୍କୁ ଅନୁରୋଧ ।

0 435
greentech

କଳିଙ୍ଗଜ୍ୟୋତି, ଭୁବନେଶ୍ଵର / ଅତାବିରା, ବରଗଡ ; ୨୧ ଜୁନ, ୨୦୨୨: ନ୍ୟାୟ ନମିଳିଲେ ଜିଲ୍ଲାପାଳ ଅଫିସ ଆଗରେ ବିଷ ଖାଇ ପୁରା ପରିବାର ଆତ୍ମହତ୍ୟା କରିବୁ ବୋଲି କୋହର ସହିତ କାନ୍ଦି କାନ୍ଦି କହିଛନ୍ତି  ଅତାବିରା ଥାନା ଅନ୍ତର୍ଗତ ବଡମାଳ ଗ୍ରାମର ଭାଗୀରଥି ମିର୍ଧା । ଭାଗରଥି ତାଙ୍କ ସ୍ତ୍ରୀ ଓ ଛୁଆପିଲାଙ୍କ ସହିତ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସି ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କୁ ଅପେକ୍ଷା କରିଛନ୍ତି ଏବଂ ନ୍ୟାୟ ନମିଳିଲେ ପୁରା ପରିବାର ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲହଣ୍ଡା ଗ୍ରାମପଞ୍ଚାୟତ ବଡମାଳ ଗ୍ରାମର ବାନପଡା ର ନିବାସୀ  ଭାଗୀରଥି ମିର୍ଧା ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ସହିତ ନିଜ ଜମିରେ ଚାଷବାସ କରି ପେଟପାଟଣା କରନ୍ତି ଏବଂ ନିଜର ରୟତି ଜମିରେ ସେ ମାଟି ଘରକରି ବାସକରନ୍ତି । ମାତ୍ର ତାଙ୍କର ଚାଷ ଜମିଦେଇ ବିଦ୍ୟୁତ ବିଭାଗ ପକ୍ଷରୁ ବେଆଇନ ଭାବରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ନିଆଯିବାକୁ ସେ ବିରୋଧ କରିଥିଲେ । ବାସ ଏତିକି ଥିଲା ତାଙ୍କର ଭୁଲ ଏବଂ ସେହି ଦିନ ଠାରୁ ଭାଗରଥୀଙ୍କୁ ମାଡ ମାରିବା ସହ  ଲଗାତାର ଅତ୍ୟାଚାର କରାଯାଇଛି, ଏବେ ତାଙ୍କର ମାନସିକ ସ୍ଥିତି ଦୋହଲିଯାଇଛି । ଉଦ୍ୟେଶ ମୂଳକ ଭାବରେ ଭାଗରଥିଙ୍କ ନିଜ ରୟତି ଜମି ଭିତରେ ଥିବା ଘରକୁ ମଝିରୁ ଭାଙ୍ଗିଦେଇ ସେହି ଘର ଭିତରୁ PHD ପାଣି ପାଇପ ବିଛାଯାଇଥିବା ସେ କହିଛନ୍ତି । ତେବେ ବିଦ୍ୟୁତ ଖୁଣ୍ଟ ହଟାଇବା ନେଇ ବରଗଡ ଓ ବୁର୍ଲା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ ପରେ ମଧ୍ୟ କେହି ଶୁଣିନଥିଲେ । ଏପରିକି ଘର ଭାଙ୍ଗିବାପରେ ମଧ୍ୟ ଗୋଡଭଗା ଫାଣ୍ଡି ଓ ଅତାବିରା ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନ ଶୁଣିବାରୁ ବରଗଡ ଏସପିଙ୍କ ନିକଟକୁ ଯାଇ ଭାଗରଥି ମିର୍ଧା ନ୍ୟାୟ ଭିକ୍ଷା କରିଥିଲେ ହେଲେ ତାହା ମଧ୍ୟ କୌଣସି ଫଳପ୍ରଦ ନହେବାରୁ ଶେଷରେ ଗତ ଜାନୁୟାରୀ ମାସରେ ବରଗଡ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ ଭାଗରଥିଙ୍କ ପରିବାର । ଆଜିଯାଏ ତାଙ୍କ ପରିବାର ବହୁବାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସିବା ପରେ ମଧ୍ୟ ନ୍ୟାୟ ନପାଇ ନିରାଶ ହୋଇ ଫେରିଥିବାବେଳେ କିନ୍ତୁ ଆଜି ଉକ୍ତ ପରିବାର ତାଙ୍କ ଜୀବନର ଶେଷ ନିଷ୍ପତ୍ତି ନେଇ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି । ଏଥର ନ୍ୟାୟ ନମିଳିଲେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ବିଷ ଖାଇ ଆତ୍ମହତ୍ୟା କରିବେ ପଛେ ଆଉ ଘରକୁ ଫେରିବେ ନାହି ବୋଲି କହିଛନ୍ତି ।  

ତେବେ ନିଶ୍ଚିତ ଭାବେ ଜଣେ ବ୍ୟକ୍ତିକୁ ଏତେ ଅତ୍ୟାଚାର କରାଯିବା ପରେ ନ୍ୟାୟ ପାଇଁ ମଧ୍ୟ ସେ ବାରମ୍ବାର ନିରାଶ ହୋଇ ପୁରା ପରିବାର ନିଜ ଜୀବନକୁ ହରାଇବା ନିଷ୍ପତ୍ତିଏକ ସଂବେଦନଶୀଳ ଘଟଣା ଅଟେ । ବରଗଡ ଜିଲ୍ଲା ପ୍ରଶାସନର ନ୍ୟାୟ ବ୍ୟବସ୍ଥା ଉପରେ ଏହା ଏକ ପ୍ରଶ୍ନବାଚି ସୃଷ୍ଟି କରିଛି । ଦୁଃଖରେ ଭାଙ୍ଗି ପଡ଼ି ମାନସିକ ଭାରସାମ୍ୟ ହରାଇଥିବା ଏହି ପରିବାରର ଆତ୍ମହତ୍ୟା ଧମକକୁ ପ୍ରଶାସନ ହାଲୁକା ଭାବେ ଗ୍ରହଣ ନକରି ସଂବେଦନଶୀଳ ହେବା ଉଚିତ ।

Leave A Reply

Your email address will not be published.

20 − 8 =

error: Content is protected !!
Open chat