ପୁରୀ ରଥଯାତ୍ରା : ପୁଲିସ୍ ଓ ସେବାୟତଙ୍କ ପରେ ଏବେ ହେବ ସାମ୍ବାଦିକଙ୍କର କରୋନା ଟେଷ୍ଟ ।

0 214
greentech

ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮ ।୬ : ପୁରୀ ରଥଯାତ୍ରାରେ କାର୍ଯ୍ୟରତ ପୁଲିସ୍ ଓ ସେବାୟତଙ୍କ ପରେ ଏବେ କରୋନା ଟେଷ୍ଟ ହେବ ସାମ୍ବାଦିକମାନଙ୍କର । ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର ଏବେ କରୋନା ଟେଷ୍ଟ ହେବ ।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ ଟେଷ୍ଟ୍ ବ୍ୟବସ୍ଥା ହୋଇଛି । ସେବାୟତ ଓ ପୁଲିସ୍ ପରେ ସାମ୍ବାଦିକଙ୍କ ହେଲା ନମୂନା ସଂଗ୍ରହ କରାଯିବ ।

ଅନ୍ୟପଟେ ପୁରୀର ବାହୁଡା ଯାତ୍ରାର ସିଧା ପ୍ରାସାରଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନୂତନ କର୍ଫ୍ୟୁ ପାସ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟ ଜରିଆରେ ରାଜ୍ୟ ସୂଚନା ଓ ପ୍ରସାରଣ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସ୍ୱତନ୍ତ୍ର ପାସ ଆସନ୍ତା କାଲି ଅପରାହ୍ନ ୪ଟା ମଧ୍ୟରେ ଭିଡିଓ ଗ୍ରାଫର ମାନେ ଗ୍ରହଣ କରିବାକୁ କୁହାଯାଇଛି । ଏହି ପାସ ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେର ସୁଟିଙ୍ଗ ସମୟରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

8 + eight =

error: Content is protected !!
Open chat