ପୂର୍ବତନ ଏମ୍ସ ନିର୍ଦ୍ଦେଶକଙ୍କ ବଡ଼ ବୟାନ – କହିଲେ,ସଂଖ୍ୟା ଦେଖି ଲାଗୁଛି ଓଡିଶା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତିକରୁଛି

0 209
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୬: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର । ଦେଶ ଓ ରାଜ୍ୟରେ ଏବେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏବେ ଯେଭଳି ଭାବରେ ଆକ୍ରାନ୍ତ ସଂଖ୍ୟା ବଢୁଛି ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେଣୁ ଏଥିପାଇଁ ସାବଧାନତା ଜରୁରୀ । ପୂର୍ବପରି କଟକଣା ଜାରି ହେବାର ଆବଶ୍ୟକତା ରହିଛି ।

ଶନିବାର ଓ ରବିବାର ସଟଡାଉନ୍ ରହିବା ଉଚିତ୍ । ଅଫିସ ଗୁଡିକରେ କାମକୁ ଦୁଇଟି ସିଫ୍ଟରେ ଅଳ୍ପ ଲୋକ ବ୍ୟବହାର କରି କରାଯିବା ଆବଶ୍ୟକତା ରହିଛି । ବସ୍ତିରେ ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ଏଥିପ୍ରତି ବିଶେଷ ନଜର ଦେବା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଏହା ସହ ଜୁଲାଇ କିଂବା କେଉଁ ମାସରେ କରୋନା ପିକ୍ ସମୟ ହେବ ଏହା ବି କହିବା ମୁସ୍କିଲ୍ ବୋଲି ସେ କହିଛନ୍ତି ।

ତେବେ ସଂକ୍ରମଣର ମାତ୍ରା ଆହୁରି ଅଧି ବଢ଼ିବ ବୋଲି କହିଛନ୍ତି ଡକ୍ଟର ମହାପାତ୍ର । ଜୁଲାଇ କି ଅଗଷ୍ଟରେ କରୋନା ମିଟର ବଢ଼ିବ ତାହା କହିବା ବଡ଼ ମୁସ୍କିଲ୍ । ସପ୍ତାହକୁ ୨ ଦିନ ସଟଡାଉନ୍ ନିହାତି ଦରକାର, ସରକାରୀ ଦଫ୍ତର ହେଉ କି ପ୍ରାଇଭେଟ୍ ସବୁଠି ଦୁଇଟି ଲେଖାଏଁ ସିଫ୍ଟ କରି କାମ କରିବା ଆବଶ୍ୟକ । ଏବେ ବି ଆମେ କଣ୍ଟାକ୍ଟ ଟ୍ରେସିଂ କରିପାରୁନେ ତେଣୁ ଆଶଙ୍କା ରହିବା କଥା ହୁଏତ ଆମେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛେ ବୋଲି କହି ପୂର୍ବରୁ ସତର୍କ କରାଇଛନ୍ତି ଡାକ୍ତର ଅଶୋକ ମହାପାତ୍ର ।

Leave A Reply

Your email address will not be published.

ten + 14 =

error: Content is protected !!
Open chat