ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳକ କମାଇବାର କୌଣସି ଯୋଜନା ନାହିଁ : ସୀତାରମଣ

0 390
greentech

ନୂଆଦିଲ୍ଲୀ ୧୬/୦୮/୨୦୨୧ କଳିଙ୍ଗ ଜ୍ଯୋତି : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି ଯେ ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାର କୌଣସି ଯୋଜନା ନାହିଁ । କାରଣ ପୂର୍ବର ୟୁପିଏ ସରକାର ଜାରି କରିଥିବା ତୈଳ ବଣ୍ଡ୍ ଯୋଗୁଁ ଏବେ ସୁଧ ପରିଶୋଧ କରିବାକୁ ପଡ଼ୁଛି ।

ତେଲଦର କମାଇବାକୁ ୟୁପିଏ ସରକାର ୧ ଲକ୍ଷ ୪୪ ହଜାର କୋଟିର ତୈଳ ବଣ୍ଡ୍ ଜାରି କରିଥିଲେ । ଏଥିପାଇଁ ଏବେ ସୁଧ ଦେବାକୁ ପଡ଼ୁଛି । ସରକାର ଗତ ୫ ବର୍ଷରେ ପ୍ରାୟ ୬୨ ହଜାର କୋଟିର ସୁଧ ପ୍ରଦାନ କରିଛନ୍ତି । ଆସନ୍ତା ୨୦୨୬ ସୁଦ୍ଧା ଆହୁରି ୩୭ ହଜାର କୋଟିର ସୁଧ ଦେବାକୁ ପଡ଼ିବ । ସୁଧ ଛଡ଼ା ଏବେ ବି ୧ ଲକ୍ଷ ୩୦ ହଜାର କୋଟିର ମୂଳ ପରିଶୋଧ କରିବାକୁ ରହିଛି । ସରକାରଙ୍କ ଉପରେ ଯଦି ଏହି ବୋଝ ନଥାନ୍ତା ତେବେ ସରକାର ତେଲ ଦର ହ୍ରାସ କରିଥାନ୍ତେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଚିନ୍ତିତ ହେବା ସ୍ବାଭାବିକ ।  କିନ୍ତୁ ଯଦି କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ବସି ଆଲୋଚନା ନ କରନ୍ତି ତେବେ ଏହାର କୌଣସି ସମାଧାନ ବାହାରିବ ନାହିଁ ।

Leave A Reply

Your email address will not be published.

nineteen − 8 =

error: Content is protected !!
Open chat