ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ

0 472
greentech

କୋଲକାତା ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ ଜଣେ ଖ୍ୟାତନାମା କବି ଥିଲେ ଏବଂ ବଙ୍ଗଳା ଚଳଚ୍ଚିତ୍ରକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଲୋକପ୍ରିୟ ଚଳଚ୍ଚିତ୍ର ‘ବାଗ୍‍ ବାହାଦୂର’, ‘ତାହାଦେର୍‍ କଥା’, ‘ଚର୍ଚ୍ଚା’ ଏବଂ ‘ଉତ୍ତର’ ଆଦି ପାଇଁ ସେ ବେଶ୍‍ ଜଣାଶୁଣା ଥିଲେ। ତାଙ୍କର ୫ଟି ଚଳଚ୍ଚିତ୍ରକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ନିର୍ଦ୍ଦେଶକ ଭାବରେ ସେ ଦୁଇଥର ଜାତୀୟ ପୁରସ୍କାର ପାଇଥିଲେ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏକ ଟ୍ୱିଟ ବାର୍ତ୍ତାରେ କହିଛନ୍ତି ଭାରତୀୟ କଳା ସଂସ୍କୃତିକୁ ବିଦେଶରେ ଲୋକପ୍ରିୟ କରାଇବାରେ ବୁଦ୍ଧଦେବ ଦାସଗୁପ୍ତା ଅନନ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ କଥା ଅତି ସହଜରେ ପ୍ରତିପାଦିତ କରାଇବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.

15 − nine =

error: Content is protected !!
Open chat