ବସବରାଜ ବୋମ୍ମଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

0 424
greentech

ନୂଆଦିଲ୍ଲୀ / ବେଙ୍ଗାଲୁରୁ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : କର୍ଣ୍ଣାଟକକୁ ଆଜି ନୂଆ ମୁଖ୍ୟମନ୍ତ୍ରୀ ମିଳି ଯାଇଛି । ବିଏସ୍ ୟେଦିୟୁରପ୍ପା ସୋମବାର ନିଜ ପଦରୁ ଇସ୍ତଫା ଦେଇଥିଲେ , ଏହାପରେ ଆଜି ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳର ବସବରାଜ ବୋମ୍ମଇଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି ।

କାର୍ଯ୍ୟବାହୀ ସିଏମ୍‌ ୟେଦିୟୁରପ୍ପା କେନ୍ଦ୍ରୀୟ ମନ୍ତ୍ରୀଙ୍କ  ଜି କିଶନ ରେଡ୍ଡୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ହୋଟେଲରେ ପହଞ୍ଚିଥିଲେ । ସେଠାରେ ବିଧାୟକ ଦଳର ବୈଠକ ହୋଇଥିଲା । ବୈଠକରେ ବସବରାଜ୍‌ଙ୍କ ନାମରେ ମୋହର ବାଜିଥିଲା । ଏହି ଭିତରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଥିବା  ବସବରାଜ ବୋମ୍ମଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.

10 + seven =

error: Content is protected !!
Open chat