ବେକାବୁ ହେଉଛି ରାଜଧାନୀ : ଆଜି ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ ଆକ୍ରାନ୍ତ ଚିହ୍ନଟ – ହଜାରେ ଟପିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା !!

0 218
greentech

ଭୁବନେଶ୍ଵର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୭ : ରାଜଧାନୀ ଭୁବନେଶ୍ଵରରେ ବେକାବୁ ହେଉଛି କରୋନା ସଂକ୍ରମଣ। ପ୍ରତିଦିନ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜଧାନୀ ଭୁବନେଶ୍ଵରରୁ ରେକର୍ଡ ସଂଖ୍ୟକ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶେଷ କରି ଲୋକାଲ କଣ୍ଚ୍ରାକ୍ଟ କେସ୍ ବଢୁଥିବାରୁ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢିଯାଇଛି। ଯାହା ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ। ଆଜି ଚିହ୍ନଟ ୧୨୪ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ରେ ପହଞ୍ଚିଛି। ଏନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରରୁ ୧ ହଜାର ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୫୭୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଜି ଭୁବନେଶ୍ଵରରୁ ଚିହ୍ନଟ ୧୨୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତିି।  ଚିହ୍ନଟ ହୋଇଥିବା ସ୍ଥାନୀୟ ଆକ୍ରାନ୍ତଙ୍କ ମାନଙ୍କ ମଧ୍ୟରେ ଲକ୍ଷ୍ମୀ ବିହାର ବସ୍ତି, ଚିନ୍ତାମଣିଶ୍ୱର, ବମିଖାଲ,ସାଲିଆ ସାହି, ଡୁମଡୁମା, ସହିଦ ନଗର, ଗଙ୍ଗନଗର, ନୟାପଲ୍ଲୀ, ଚକେଇସିଆଣୀ, ପଳାଶୁଣୀ, ପାତ୍ରପଡା,ବୁଦ୍ଧେଶ୍ୱରୀ କଲୋନୀ, ପଟିଆ, ବିଜେବି ନଗର, ଡେଲ୍ଟା କଲୋନୀ, ସିରିପୁର, କୋଳଥିଆ ଅଞ୍ଚଳର ଲୋକ ରହିଥିବା ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଲକ୍ଷ୍ମୀବିହାର ବସ୍ତି,ଚିନ୍ତାମଣିଶ୍ବର, ବମିଖାଲରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିଙ୍ନଟ ହୋଇଛନ୍ତି। ସେହିପରି ବିଶ୍ବଶ୍ବରୀ ବସ୍ତି, ଡୁମୁଡୁମା, ସହିଦ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଇଷ୍ଟକୋଷ୍ଟ ରେଲୱେର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଗଙ୍ଗନଗର, ନୟାପଲ୍ଲି ବେହେରା ସାହି, ଚକେଇସିଆଣିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଜପତି ନଗରରୁ ଜଣେ ଘରୋଇ ହସ୍ପିଟାଲର ମହିଳା କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ପୁରୁଣା ଭୁବନେଶ୍ବର, ଆଇଆରସି ଭିଲେଜ, ପଳାଶୁଣୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରସୁଲଗଡ଼ ଓ ପାତ୍ରପଡାରୁ ମଧ୍ୟ ଆଜି କରୋନା ଆକ୍ରାନ୍ତ ବାହାରିଛନ୍ତି। ଏକ ସରକାରୀ ହସ୍ପିଟାଲର ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୟାପଲ୍ଲି ଆଇଡି ମାର୍କେଟ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ଏକ ଗଣମାଧ୍ୟମ ସଂସ୍ଥାର ୫ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୋଖରୀପୁଟରୁ ଜଣେ, ଲକ୍ଷ୍ମୀସାଗରରୁ ଜଣେ ଗଣମାଧ୍ୟମ କର୍ମଚାରୀ ପଜିଟିଭ ହୋଇଛନ୍ତି।ଆଜି ରାଜ୍ୟରେ ସର୍ବାଧିକ ୭୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୪ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

sixteen + 9 =

error: Content is protected !!
Open chat