ଭଦ୍ରକ ଜିଲ୍ଲା ବାଂଶଡା ଅନ୍ତର୍ଗତ ଷଣ୍ଢଗଢ଼ା ଗାଁରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା ଅଭିଯୋଗ : ୨ଅଭିଯୁକ୍ତ ଥାନାରେ ଅଟକ

0 451
greentech

ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ପୂର୍ବ ଶତ୍ରୁତା ଓ ଟଙ୍କା ନେଣ-ଦେଣକୁ କେନ୍ଦ୍ର କରି, ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଷଣ୍ଢଗଢ଼ା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ଷଣ୍ଢଗଡା ଗାଁର ଦୁଃଶାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁର ଗୋଟିଏ ନିର୍ଦ୍ଧିଷ୍ଟ ପରିବାରରୁ ୪ ଜଣ ରୁ ୫ ଜଣ ମିଶି ପ୍ରଥମେ ଚିଙ୍ଗୁଡ଼ି ପ୍ଲାଣ୍ଟ ପାଖରେ ମାଡ ମାରିଥିଲେ । ଏହା ପରେ ସେମାନେ ଅଲେଖଙ୍କୁ ନିଜ ଘରକୁ ଟେକି ନେଇ ସେଠାରେ ଭୁଜାଲି ଓ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିବା ସହିିିିତ ଲହୁ-ଲୁହାଣ କରି ଗାଁ ରାସ୍ତାରେ ଫୋପାଡି ଦେଇଥିଲେ । 

ଅଲେଖଙ୍କ ପରିବାର ଲୋକ ଜାଣିବା ପରେ ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲ ନେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଲେଖଙ୍କ ମୃତ୍ୟୁ ହେଇଥିଲା । ତେବେ ମୃତ ଅଲେଖଙ୍କ ସ୍ତ୍ରୀ ଏବଂ ବାପା ବାଂଶଡା ଥାନାରେ ଏନେଇ ଅଭିଯୋଗ କଲାପରେ ପୋଲିସ ଦୁୁୁଇ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

8 + nine =

error: Content is protected !!
Open chat