ମମତା ସରକାରଙ୍କ ଅଭିନବ ପଦକ୍ଷେପ: କରୋନା ପ୍ରତିରୋଧ କ୍ଷମତା ବଢାଇବା ପାଇଁ ବିକ୍ରି କରିବେ ‘ସନ୍ଦେଶ’ ମିଠା

0 369
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ କୋଲକାତା ୨୯/୦୬:ପଶ୍ଚିମବଙ୍ଗ ମିଠାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ କୋଭିଡ୍-୧୯ ମହାମାରୀ ସମୟରେ ଭଲ ଖବର ରହିଛି। ପଶ୍ଚିମବଙ୍ଗ ସରକାର ‘ସନ୍ଦେଶ’କୁ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଥିରେ ସୁନ୍ଦରବନର ମହୁ ବ୍ୟବହାର କରାଯିବ, ଯାହା ଶରୀରରେ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିବ।

ପଶୁଧନ ସମ୍ବଳ ବିକାଶ ବିଭାଗର ଅଧିକାରୀ କହିଛନ୍ତି ଗାଈର କ୍ଷୀରରୁ ପ୍ରସ୍ତୁତ ଛେନାରେ ସୁନ୍ଦରବନର ମହୁକୁ ମିଶାଇ ଆରୋଗ୍ୟ ସନ୍ଦେଶ ତିଆରି କରାଯିବ। ଏଥିରେ ତୁଳସୀ ମଧ୍ୟ ମିଶାଯିବ। ଏଥିରେ କୌଣସି କୃତ୍ରିମ ସ୍ଵାଦ ମିଶ୍ରଣ କରାଯିବ ନାହିଁ। ଆରୋଗ୍ୟ ସନ୍ଦେଶକୁ କୋଲକାତା ଓ ପଡୋଶୀ ଜିଲ୍ଲାରେ ବିଭାଗର ବିକ୍ରେୟ କେନ୍ଦ୍ରରେ ବିକ୍ରି କରାଯିବ।

ଅଧିକାରୀ କହିଛନ୍ତି, ସନ୍ଦେଶ ପ୍ରତିରୋଧକ କ୍ଷମତା ବଢାଇବ ମାତ୍ର ଏହା କୋଭିଡ୍-୧୯କୁ ଠିକ୍ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା କେବଳ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିବ। ଆରୋଗ୍ୟ ସନ୍ଦେଶ ତିଆରି ପାଇଁ ମହୁ ବସା, ଝାରଖଲି ସୁନ୍ଦରବନର ଅନ୍ୟ ଅଞ୍ଚଳରୁ ଏକତ୍ର କରି ବୈଜ୍ଞାନିକ ଭଣ୍ଡାରଣ କରାଯିବ। ଅଧିକାରୀ କହିଛନ୍ତି ସନ୍ଦେଶକୁ ଆଗାମୀ ଦୁଇ ମାସରେ ବଜାରରେ ଛଡାଯିବ ଏବଂ ଏହାର ମୂଲ୍ୟ ସାଧାରଣ ଲୋକଙ୍କୁ ସୁହାଇଲା ପରି ହେବ।

Leave A Reply

Your email address will not be published.

18 + three =

error: Content is protected !!
Open chat