ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ପାଇଁ ବଢିଲା ଅଡୁଆ, ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

0 406
greentech

ନୂଆଦିଲ୍ଲୀ ୧୬/୦୭/୨୦୨୧ କଳିଙ୍ଗ ଜ୍ଯୋତି : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକ୍ସନ ମୋଡକୁ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ଶୁକ୍ରବାର ଦିନ ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି ଇଡି। ଏହାସହ ଏହି ମାମଲାରେ ଦେଶମୁଖଙ୍କ ପତ୍ନୀଙ୍କୁ ବି ଇଡି ପଚରା ଉଚରା କରିବ ବୋଲି କୁହାଯାଇଛି ।
ଇଡି ପିଏମଏଲଏ ଧାରାରେ ଅନୀଲ ଦେଶମୁଖ, ତାଙ୍କ ପତ୍ନୀ ଓ କମ୍ପାନି ପ୍ରିମିୟର ପୋର୍ଟ ଲିଙ୍କସ୍ ପ୍ରାଇଭେଟ ଲିମିଟେଡର ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି । ଏହି ସଂପତ୍ତି ମଧ୍ୟରେ ମୁମ୍ବାଇର ଏକ ଜମି ଓ ରାୟଗଡରେ ୨.୬୭ କୋଟି ଟଙ୍କାର ଜମି ରହିଛି । ଇଡି ଆଇପିସି ଧାରା ୧୨୦-ବି, ୧୮୬୦ ଓ ପିଏମ୍ ଅଧିନିୟମ ୧୯୮୮ ଧାରା ୭ ଅଧିନରେ ଏହି ସମ୍ପତ୍ତି ଜବତ କରିଛି । ଅନୀଲଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ଏକ ବଡ ପଦରେ ରହି ବେଆଇନ ଭାବେ ଅନେକ ଲାଭ ଉଠାଇବାକୁ ଚେଷ୍ଟା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଅନୀଲ ଅମ୍ବାନୀଙ୍କ ବାସଭବନ ନିକଟରେ ଏକ କାରରୁ ଜିଲୋଟିନ ଛଡ ମିଳିବା ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିଲା । ଏହାପରେ କାରର ମାଲିକଙ୍କ ମୃତଦେହ ମିଳିବା ବି ମାମଲାକୁ ଆହୁରି ରୋଚକ କରିଥିଲା । ଏହି ମାମଲାରେ ସଂପୃକ୍ତି ଥିବା ନେଇ ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂଙ୍କ ନାମ ଆସିଥିଲା । ପରେ ଏହି ମାମଲାରେ ଧିରେ ଧିରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ ଛନ୍ଦି ହୋଇଯାଇଥିଲେ । ପରମବୀର ସିଂ ତାଙ୍କ ନାମରେ ଅଭିଯୋଗ କରିଥିଲେ ଯେ, ସେ ପୁଲିସ କର୍ମଚାରୀଙ୍କୁ ରାଜ୍ୟର ବଡ ବଡ ହୋଟେଲ ଓ ଅନ୍ୟ ବ୍ୟବସାୟୀୟଙ୍କ ଠାରୁ ଚାନ୍ଦା ଆଦାୟ କରିବାକୁ ନିର୍ଦ୍ଦେଶ ଦେଉଥିଲେ।

Leave A Reply

Your email address will not be published.

four + thirteen =

error: Content is protected !!
Open chat