ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର, ୨୦ କୋଟି ଟଙ୍କା ମଞ୍ଜୁର

0 365
greentech

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋଭିଡ଼ ଲଢ଼େଇରେ ରୋଗୀର  ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ  କରେ ।

ରାଜ୍ୟର ଷୋହଳଟି ଜିଲ୍ଲା ଯଥା ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର୍ ଟେଷ୍ଟ ସେଂଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହି ପରୀକ୍ଷାଗାର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ମାଇକ୍ରୋ ବାୟୋଲୋଜିଷ୍ଟ  ଓ ତିନି ଜଣ ଲ୍ୟାବ ଟେକ୍ନସିଆନଙ୍କୁ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

12 − 4 =

error: Content is protected !!
Open chat