ରାଜଗାଙ୍ଗପୁର ଅଞ୍ଚଳରୁ ପ୍ରାୟ ୧୬ ଗ୍ରାମ ଧଳା ଜହର ଜବତ : ୫ ଗିରଫ

0 809
greentech

ରାଜଗାଙ୍ଗପୁର୨୪/୦୭/୨୦୨୧ କଳିଙ୍ଗ ଜ୍ୟୋତି(ସୌମ୍ୟଜୀତ ସ୍ଵାଇଁ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଆଜି ପୋଲିସ କୁ ଏକ ବଡ ସଫଳତା ମିଳିଛି । ସୂଚନା ଅନୁଯାୟୀ ଆଜି ଦିନବେଳେ କୋୖଣସି ବିଶେଷ ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁରର ଜାମପାଲି ବାଇପାସ ଠାରେ ପୋଲିସ ସଦଳବଳେ ପହଞ୍ଚି ୫ ଜଣ ଯୁବକକୁ ଗିରଫ କରିବା ସହ ତାଙ୍କ ପାଖରୁ ୧୫ ଗ୍ରାମ ୭୦୦ ମିଲି ଗ୍ରାମ ବ୍ରାଉନ ସୁଗ।ର ଜବତ କରିବା ସହ ୫୧,୨୧୦ ଟଙ୍କା, ୪ ଟି ମୋବାଇଲ ଫୋନ, ୨ଟି ମଟର ସାଇକେଲ,ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ।ଗିରଫ ହୋଇଥିବା ସମସ୍ତେ ଅଭିଯୁକ୍ତ ମାନେ ସ୍ଥାନୀୟ ବାସିନ୍ଦା ବୋଲି ଜଣା ପଡ଼ିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଏମ ଡ଼ି ମୋଜାହିଦ(ଛୋଟୁ) ୨୪,ଏମ ଡ଼ି ପାପନ(୩୦),ସମସେର ଆଲାମ(ବବ୍ଲୁ) ୩୪,ଏମ ଡ଼ି ଜ।ବେଦ (ବାବା)୩୫,ଏମ ଡ଼ି ଆବିଦ(ଖଟକୁର)୪୪ ବୋଲି ଜଣାପଡିଛି ।ସମସ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.

four + nineteen =

error: Content is protected !!
Open chat