
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୦/୦୭ : ଭୁବନେଶ୍ୱର ସହରରେ ଆଉ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫ କ୍ୱାରେଣ୍ଟିନ, ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୨କୁ ବୃଦ୍ଧି ପାଇଛି। ୭ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦୮ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏବେବି ୨୮୬ ଆକ୍ଟିଭ କେଶ କହିଛି। ଏନେଇ ବିି ଏମ୍ ସିି ଟ୍ୱିଟ୍ ଯୋଗେ ସୂଚନା ଦେଇଛି।

ବଡ଼ଗଡ଼ ବ୍ରିଟ କଲୋନି, ପଟିଆ ଅଞ୍ଚଳ, ଶୈଳଶ୍ରୀ ବିହାରରୁ ଜଣେ ଲେଖାଏଁ, ଶୁକ ବିହାରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ସୂର୍ଯ୍ୟନଗରରୁ ଜଣେ ଦାନ୍ତ ଡାକ୍ତର, ନୀଳାଦ୍ରି ବିହାରରୁ ଜଣେ, ବିଜେବି ନଗରରୁ ଜଣେ, ପଳାଶୁଣିରୁ ଜଣେ, ଘାଟିକିଆରୁ ଜଣେ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଉ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୪୭ ରହିଛି।