ରାଜଧାନୀରେ ହୁ ହୁ ହୋଇ ମାଡି ଚାଲିଛି କୋରାନା ,୨୭ ଦିନରେ ୨୧୮ ପଜିଟିଭ୍

0 168
greentech

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର ୨୮/୦୬ : ରାଜଧାନୀରେ ଜୁନ୍ ମାସ କରୋନାର ସବୁ ରେକର୍ଡ ଭାଙ୍ଗି ଦେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ନିକଟତର ହେବାରେ ଲାଗିଛି। ପୂର୍ବରୁ ରାଜଧାନୀରେ ୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚଳିତମାସରେ ୨ଶହରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି। ତହିଁରେ ୯୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ବିଶେଷକରି ବସ୍ତି ଅଞ୍ଚଳରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସ୍ଥାନୀୟ ଲୋକ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ଚଳିତମାସ ୧ତାରିଖରୁ ୨୭ତାରିଖ ମଧ୍ୟରେ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲର ବହୁ ସଂଖ୍ୟାରେ କର୍ମଚାରୀ ରହିଛନ୍ତି। ହସ୍ପିଟାଲ କର୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ପାଇଁ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ଜଣେ ଗୃହ ସଙ୍ଗରୋଧରେ ଥିବା ବେଳେ ଅନ୍ୟ ୮ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଗୃହ ସଙ୍ଗରୋଧରେ ଏୟାରପୋର୍ଟ କଲୋନିର ୨୬ବର୍ଷର ଦିଲ୍ଲୀ ଫେରନ୍ତା ଯୁବତୀ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବ୍ଲୁ ହ୍ବିଲ ହସ୍ପିଟାଲର ୩ଜଣ କର୍ମଚାରୀ ରହିଛନ୍ତି। ସମେସ୍ତ ପୁରୁଷ ଥିବା ବେଳେ ହସ୍ପିଟାଲର ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏହାସହ ଶିରିପୁର ନିକଟସ୍ଥ ଲକ୍ଷ୍ମୀବଜାର ବସ୍ତିରେ ୪ଜଣ ପଜିଟିଭ୍ ବାହାରିଛନ୍ତି। ବିଡିଏରେ କାର୍ଯ୍ୟରତ ୫୨ବର୍ଷର ସୁରକ୍ଷା କର୍ମୀ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି। ତହିଁରୁ ୧୪୮ଜଣ ସୁସ୍ଥ ହୋଇଥିବା ବେଳେ ୧୩୧ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.

nineteen − three =

error: Content is protected !!
Open chat