ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ଗୃହୀତ :ସ୍କୁଲ,କଲେଜ ପାଠ୍ୟକ୍ରମରେ ରହିବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ବିଷୟ

0 489
greentech

ଭୁବନେଶ୍ବର :  ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ୫ମ ପାଳିର ୨ ୟ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯ଼ାଇଛି । ଏଣିକି ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ୟ଼୍ୟୟ ଓ ମହାମାରୀ ମୁକାବିଲା ବିଷୟ ରହିବ । ଛାତ୍ରଛାତ୍ରୀମାନଙ୍କୁ ବିପର୍ୟ୍ୟୟ ମୁକାବିଲା ଓ ମହାମାରୀ ସମ୍ପର୍କରେ ତାଲିମ ଦିଆଯ଼ିବ । ସରକାରୀ ଚାକିରି ପାଇଁ ଏହା ବାଧ୍ୟତାମୂଳକ ରହିବ । ଏହା ସହିତ ଲୋକପ୍ରତିନିଧି, ସରକାରୀ ଅଧିକାରୀ ଓ ମିଶନ ଶକ୍ତି ସଦସ୍ୟମାନେ ବି ତାଲିମ ନେବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ବୈଠକ ପରେ ସୂଚନା ଦେଇଛନ୍ତି । ଏହା ଭବିଷ୍ୟତ ବଂଶଧରମାନଙ୍କୁ ସଶକ୍ତ କରିବ ବୋଲି ମତ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

thirteen + thirteen =

error: Content is protected !!
Open chat