ରାଷ୍ଟ୍ରପତିଙ୍କୁ ଭେଟି ଲେହ-ଲଦାଖ୍ ଗସ୍ତର ବିସ୍ତୃତ ବିବରଣୀ ଦେଲେ ପ୍ରଧାନମନ୍ତ୍ରୀ

0 515
greentech

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ପ୍ରାୟ ଅଧ ଘଣ୍ଟାର ବୈଠକରେ ଉଭୟଙ୍କ ମଧ୍ୟରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କିଭଳି ଅଛି ଲେହରେ ଭାରତୀୟ ସେନାର ସ୍ଥିତି, ଆଜି ଏ ବାବଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଭାରତ ଏବଂ ଚୀନ୍ ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ବୋଲି ସମ୍ଭାବନା ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ଲଦାଖ୍‌ ଗସ୍ତ କରି ଆଗୁଆ ଘାଟି ଅଞ୍ଚଳ ପରିଦର୍ଶନ କରିବା ସହ ଯବାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଗଲୱାନରେ ଚୀନ୍‌ ସେନା ସହ ସଂଘର୍ଷରେ ଆହତ ଯବାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ ଭେଟି ସେମାନଙ୍କ ଉତ୍ସାହ ବଢ଼ାଇଥିଲେ । ଏଠାରେ ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନ ପୂର୍ବରୁ ଲେହରୁ ଫେରିଛନ୍ତି। ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀ ହଠାତ୍ ଲେହରେ ପହଞ୍ଚିଥିଲେ।

ପରେ ଯବାନମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମର ବୀର ଯବାନ ଗଲୱାନ ଘାଟିରେ ଅଦମ୍ୟ ସାହସ ଏବଂ ସେମାନଙ୍କ ପରାକ୍ରମର ପରାକାଷ୍ଠା ଦେଖାଇଛନ୍ତି। ଦେଶବାସୀ ଆପଣମାନଙ୍କ ପାଇଁ ଗର୍ବିତ। ସମଗ୍ର ଲଦାଖ୍‌ ଭାରତୀୟ ସେନାର ପରାକ୍ରମ ଓ ବୀରତ୍ବର ପ୍ରମାଣକୁ ବହନ କରୁଛି। ଚୀନ୍‌କୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ବିସ୍ତାରବାଦର ଯୁଗ ସମାପ୍ତ ହୋଇଯାଇଛି। ଏବେ ବିକାଶର ଯୁଗ ଚାଲିଛି। ଇତିହାସ ସାକ୍ଷୀ ଅଛି, ବିସ୍ତାରବାଦୀ ଶକ୍ତିମାନେ ସର୍ବଦା ପରାଜିତ ହୋଇଛନ୍ତି କିମ୍ବା ପଛକୁ ହଟିବା ପାଇଁ ବାଧ୍ୟ ହୋଇଛନ୍ତି।

Leave A Reply

Your email address will not be published.

eleven − 4 =

error: Content is protected !!
Open chat