ଲ୍ୟାଣ୍ଡଫଲ୍ ପୂର୍ବରୁ କମିଯ଼ାଇଥିଲା ‘ୟାସ’ର ଶକ୍ତି

0 333
greentech

ଭୁବନେଶ୍ବର : ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇସାରିଛି । ରେମୁଣା-ବାହାନଗା-ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ୟାସ୍ । ମାତ୍ର ଯେଉଁଭଳି ଭାବେ ଆକଳନ କରାଯାଉଥିଲା ବାତ୍ୟାର ପ୍ରଭାବ ତାଠୁ କମ ରହିଛି । ତେବେ ବାତ୍ୟା ଦୁର୍ବଳ କାହିଁକି ହେଲା ସେନେଇ କାରଣ କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ତାଙ୍କ କହିବାନୁସାରେ, ଉପକୂଳ ଆଡକୁ ଆସିଲାବେଳେ ବାତ୍ୟା ପାଇଁ ପାଗ ଅନୁକୂଳ ହେଲାନାହିଁ । ପବନର ବେଗ ମଧ୍ୟ କାଲିଠୁ କମ ରହିବ ବାଲି ଆକଳନ କରାଯାଇଥିଲା । ଏହି କାରଣରୁ ବାତ୍ୟର ପ୍ରଭାବ କମ ଦେଖିବାକୁ ମିଳିଛି । ତେବେ ବାଲେଶ୍ୱରରେ ସବୁଠୁ ଅଧିକ ପବନ ହୋଇଥିବା ସେ ସୂଚନା ଦେଇଛନ୍ତି । ତା ସହିତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ମଧ୍ୟ ବର୍ଷା ହୋଇଛି ।

ଆମେରିକୀୟ ନୌସେନାର ଜଏଣ୍ଟ ଟାଇଫୁନ ଓ୍ବାର୍ଣ୍ଣିଂ ସେଣ୍ଟର ଲାଣ୍ଡଫଲ ପୂର୍ବରୁ ନିଜ ରିପୋର୍ଟରେ ଦର୍ଶାଇଥିଲା ଯ଼େ ବାତ୍ୟା ୟାସ (02B) କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ଓ ଲାଣ୍ଡଫଲ ପରେ ଏହା ଆହୁରି ଦୁର୍ବଳ ହେବ ।

Leave A Reply

Your email address will not be published.

18 + seventeen =

error: Content is protected !!
Open chat