ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା

0 545
greentech

ନୂଆଦିଲ୍ଲୀ ୧୨/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା । ସଂପୂର୍ଣ୍ଣ କୋଭିଡ୍ ଗାଇଡଲାଇନ ମାନି ଏହି ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ଏକ ଟ୍ବିଟ କରି ସେ ଲେଖିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୧୨ରେ ହେବ ଏନଇଇଟି (ୟୁଜି) ପରୀକ୍ଷା ହେବ । ଏଥିପାଇଁ ଆସନ୍ତା କାଲି ଅପରାହ୍ଣ ୫ଟା ଠାରୁ ଆବେଦନ ପ୍ରକ୍ରିୟା ଏନଟିଏ ଓ୍ବେବସାଇଟରେ ଆରମ୍ଭ ହେବ ।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଗହଳି କମାଇବାକୁ ଏଥର ଅଧିକ ସଂଖ୍ୟକ ସହରରେ ଏହି ପରୀକ୍ଷା ଆୟୋଜନ କରାଯିବ । ଗତ ଥର ୧୫୫ଟି ସହରରେ ଏହି ପରୀକ୍ଷା ଆୟୋଜନ କରାଯାଇଥିବାବେଳେ ଏଥର ୧୯୮ଟି ସହରରେ ଏହାକୁ ଆୟୋଜନ କରାଯିବ ।

Leave A Reply

Your email address will not be published.

15 − three =

error: Content is protected !!
Open chat