
ପୁରୀ ୦୨/୦୯/୨୦୨୧ କଳିଙ୍ଗ ଜ୍ୟୋତି : ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ସେଠାରେ ଉପଲବ୍ଧ ସେବା ସଂପର୍କିତ ସୂଚନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବର ହେଲା -୦୬୭୫୨ ୨୯୧୨୯୧ । ସ୍ବର୍ଗଦ୍ବାରରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବା ବେଳେ ଶବ ସତ୍କାର ନିମନ୍ତେ ଆସୁଥିବା ଜ୍ଞାତିକୁଟୁମ୍ବ ଯେମିତି ଭଲ ଅନୁଭୂତି ନେଇ ଫେରିବେ, ଏଥିନିମନ୍ତେ ପେଶାଦାର ସେବା ଯୋଗାଇ ଦେବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଶବ ସତ୍କାର ପାଇଁ ଆସୁଥିବା ବ୍ୟକ୍ତିବିଶେଷ ଉକ୍ତ ନମ୍ବରରେ ଟେଲିଫୋନ କରି ଶବଦାହ ସଂପର୍କିତ ସୂଚନା ପାଇପାରିବେ ।