![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର ୦୮/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଆଜି ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସନ ଦ୍ବାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ। ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।