୫ ହଜାର 2DG ମଗାଇଲେ ଓଡ଼ିଶା ସରକାର, ଜୁନ୍‌ ୧୦ ପରେ ରାଜ୍ୟକୁ ମିଳିବ

0 300
greentech

ଭୁବନେଶ୍ୱର, ୨୯।୫ : 2DG ମଗାଇଲେ ଓଡ଼ିଶା ସରକାର। କରୋନା ଚିକିତ୍ସା ପାଇଁ ଡିଆରଡିଓ ଓ ଡ. ରେଡ୍ଡି ଲ୍ୟାବ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ୨ଡିଜି। ଜୁନ୍‌ ୧୦ ପରେ ରାଜ୍ୟକୁ ମିଳିବ ୨ଡିଜି । ୫ ହଜାର ପ୍ୟାକେଟ୍ ପାଇଁ ଓଡିଶା ସରକାର ଅର୍ଡର ଦେଇଛନ୍ତି ।

ଶୁକ୍ରବାର କରୋନା ବିରୋଧୀ ଲଢ଼େଇରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌ (ଡିଆରଡିଓ) ପ୍ରସ୍ତୁତ କରିଥିବା ଔଷଧ ୨ ଡିଜିର ଦର ଧାର୍ଯ୍ୟ ହୋଇଛି। ହାଇଦ୍ରାବାଦର ଡ. ରେଡ୍ଡୀ ଲାବ୍‌ ସହ ମିଶି ଡିଆରଡିଓ ପ୍ରସ୍ତୁତ କରିଥିବା ୨ ଡିଅକ୍ସି-ଡି-ଗ୍ଲୋକୋଜ୍‌ (୨ଡିଜି) ପ୍ୟାକେଟରେ ଆସୁଥିବା ବେଳେ ଏହାର ଦାମ ଲୋକଙ୍କ ପାଇଁ ୯୯୦ ଟଙ୍କା ରଖାଯାଇଛି । ଓଡିଶା ସରକାର ୫ ହଜାର ୨ଡିଜି ପ୍ୟାକେଟ୍ ପାଇଁ ଅର୍ଡର କରିଛନ୍ତି । ଜୁନ ୧୦ ପରେ ୨ଡିଜି ଓଡିଶାକୁ ମିଳିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ଏହି ଔଷଧ କମ୍‌ ମୂଲ୍ୟରେ ଉପଲବ୍ଧ କରାଇବ ଡିଆରଡିଓ ଏବଂ ଡ. ରେଡ୍ଡୀ ଲାବ। ନିକଟରେ ଡିଜିସିଆଇ ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ୨ ଡିଜି ନେବା ପରେ କରୋନା ରୋଗୀ ଆଉ ଅକ୍ସିଜେନ୍‌ ଉପରେ ନିର୍ଭର କରିବେ ନାହିଁ ବୋଲି ଡିଆରଡିଓ ଦାବି କରିଛି ।

Leave A Reply

Your email address will not be published.

twelve − 6 =

error: Content is protected !!
Open chat