ଓଡିଶା ସରକାର ଲାଗୁ କଲେ କଟକଣା : କରୋନା ପାଇଁ ୨ ବର୍ଷ ଯାଏଁ ନୂଆ ନିଯୁକ୍ତି ବନ୍ଦ

0 216
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋଭୁବନେଶ୍ୱର୦୮/୦୭: କରୋନା ଦୃଷ୍ଟିରୁ ରାଜ୍ୟରେ ଆର୍ଥିକ ସମସ୍ୟା ଦେଖାଦେଇଛି । ତେଣୁ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରରେ କୌଣସି ନୂତନ ନିଯୁକ୍ତି ହେବ ନାହିଁ । ଏ ବିଷୟରେ ସବୁ ବିଭାଗକୁ ଚିଠି ଲେଖି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ଜଣାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ କେବଳ ପଦବୀ ସୃଷ୍ଟି କରାଯାଇପାରିବ । ଏହା ବ୍ୟତୀତ ସରକାରୀ ଖର୍ଚ୍ଚରେ ବଡ଼ ବଡ଼ ହୋଟେଲରେ ମିଟିଂ, ସେମିନାର, ୱାର୍କସପ୍ ନ କରିବା ପାଇଁ କୁହାଯାଇଛି । ପ୍ରଥମ ଶ୍ରେଣୀ ଅଫିସରମାନେ ବିଜିନେସ କ୍ଲାସରେ ସରକାରୀ ଖର୍ଚ୍ଚରେ ବିମାନରେ ଯାଇପାରିବେ ନାହିଁ ।

ସେହିପରି ପ୍ରଥମ ଏସସି ଟ୍ରେନରେ ମଧ୍ୟ ଯାତ୍ରା କରିପାରିବେ ନାହିଁ କି ଅଫିସରମାନେ ବିଦେସ ଗସ୍ତ କରିପାରିବେ ନାହିଁ । କୌଣସି ବିଭାଗ ନୂଆ ଗାଡ଼ି ମଧ୍ୟ କିଣି ପାରିବେ ନାହିଁ । ଭିଡ଼ିଓ କନଫରେନସିଂକୁ ଅଧିକ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି । ସରକାରୀ କର୍ମଚାରୀମାନେ ଏଲଟିସି ମଧ୍ୟ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ନେଇ ପାରିବେ ନାହିଁ । ହାଉସ ବିଲଡିଂ, ମୋଟର କାର ଏବଂ କମ୍ପ୍ୟୁଟର ଆଡ଼ଭାନ୍ସ ନେବା ମନା । କାଗଜ ପରିବର୍ତେ ଡିଜିଟାଲ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଇ ଦସ୍ତଖତକୁ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି ।

ଚାକିରୀରୁ ଅବସର ନେବା ପରେ ମିଳୁଥିବା ପୁନଃ ନିଯୁକ୍ତି ଓ ପ୍ରଚଳିତ ଆଉଟସୋର୍ସିଂ ବ୍ୟବସ୍ଥା ଉପରେ ରୋକ ଲଗାଯାଇଛି । ୫ ବର୍ଷ ଧରି ଖାଲି ରହିଥିବା ପଦବୀ ଗୁଡ଼ିକୁ ପୂରଣ କରାଯିବ ନାହିଁ । ଅଫିସ, ଗେଷ୍ଟ ହାଉସ, ସରକାରୀ କୋଠାଗୁଡ଼ିକ ନବୀକରଣ କରାଯିବ ନାହିଁ । ସରକାରୀ ଆବାସିକ କ୍ୱାଟର ମରାମତି ପାଇଁ ଆବଶ୍ୟକ ପଡ଼ୁଥିବା ୨ ଲକ୍ଷ ଏବଂ ସରକାରୀ ଅଫିସ ମରାମତି ପାଇଁ ଆବଶ୍ୟକ ପଡ଼ୁଥିବା ୫ ଲକ୍ଷରୁ ଉର୍ଦ୍ଧ୍ୱ ହେଲେ ଅନୁମତି ନେବାକୁ ପଡ଼ିବ । ଜରୁରୀ ପଦବୀ ପାଇଁ ଅର୍ଥ ବିଭାଗ ଠାରୁ ଅନୁମତି ନେବାକୁ ପଡ଼ିବ ।

Leave A Reply

Your email address will not be published.

5 + 6 =

error: Content is protected !!
Open chat