କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଡିଜିପି ଅଭୟଙ୍କ ଗାଇଡ୍‌ଲାଇନ୍ସ‌

0 338
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୯/୦୭: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି  ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି।

ଗାଇଡଲାଇନ୍ସ ଅନୁସାରେ-

  • ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଜିଲ୍ଲା ପୁଲିସ୍‌ କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ୱିଟର ଏବଂ ଫେସବୁକରେ ଦିଆଯିବ।
  • ପ୍ରତି ଥାନା ବି ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋଶାଲ ମିଡିଆରେ ଦେବେ।
  • ଥାନାକୁ ଫୋନରେ ଆସୁଥିବା ଅଭିଯୋଗର ତଦାରଖ ଏସ୍‌ପି ଓ ଡିଏସ୍‌ପି କରିବେ।
  • ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ରିସେପ୍ସନ କାଉଣ୍ଟର ରହିବ। ଏହା ଥାନା ମୁଖ୍ୟ କୋଠାଠାରୁ ଛାଡ଼ି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ।
  • ରିସେପ୍ସନ ଏରିଆ ନିୟମିତ ବିଶୋଧନ କରାଯିବ। ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ।
  • DIG/SP/DSPଙ୍କ ଅଫିସ ମେନ୍ ଗେଟ୍‌ରେ ଫୋନ୍ ନମ୍ବର ଡିସ୍‌ପ୍ଲେ ଲାଗିବ। ମେନ୍ ଗେଟ୍‌ରେ ଅଭିଯୋଗ ବାକ୍ସ ରଖାଯିବ ଓ ସେଥିରେ ଲୋକେ ଅଭିଯୋଗ ପକାଇବେ।

Leave A Reply

Your email address will not be published.

four × 4 =

error: Content is protected !!
Open chat