ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ଆଜି ପ୍ରକାଶ ପାଇଛି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଥିବା ନେଇ ଟ୍ବିଟ୍ ଯୋଗେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ବିଟରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ନେଇ ସୂଚନା ଦେବା ସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବୋର୍ଡର ଅଫିସିଆଲ୍ ୱେବସାଇଟ୍ ‘cbseresults.nic.in’ ରୁ ରେଜଲ୍ଟ ଜାଣିପାରିବେ।
ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮ ପ୍ରତିଶତ ରହିଛି। ଭୁବନେଶ୍ୱର ରିଜନ୍ରେ ୯୧.୪୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ତ୍ରିଭେନ୍ଦ୍ରମ ରିଜନ୍ରେ ସର୍ବାଧିକ ୯୭.୬୭ ପ୍ରତିଶତ ପାସ୍ ହାର ରହିଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨%, ଘରୋଇ ସ୍କୁଲରେ ୮୮.୨୨% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପୂର୍ବରୁ ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି CBSE ପକ୍ଷରୁ କୁହାଯାଇଥିଲା।