ବୁଧବାରରୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

0 736
greentech

ଭୁବନେଶ୍ୱର ୨୨/୦୨/୨୦୨୨ କଳିଙ୍ଗ ଜ୍ୟୋତି : ପଶ୍ଚିମା ଝଡ ସହ ସମୁଦ୍ର ଉପରୁ ବହୁଥିବା ବାୟୁର ମିଶ୍ରଣ ଯୋଗୁଁ ବୃଦ୍ଧି ପାଇଛି ଆଦ୍ରତା । ଏହାର ପ୍ରଭାବରେ ବୁଧବାରରେ ଉପକୂଳ ଓଡ଼ିଶା ସହ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁସାରେ ଉପକୂଳ ଓଡ଼ିଶା ସହ ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର କେତକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ଉଭୟ ବଙ୍ଗୋପ ସାଗର ଏବଂ ଆରବ ସାଗର ଆଡୁ ଓଡ଼ିଶା ଆଡକୁ ମୁହାଁଉଥିବା ଆଦ୍ରତାର ବୃଦ୍ଧି ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇବ ଯେଉଁ କାରଣରୁ ଏଭଳି ପାଣିପାଗ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ଭଳି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଭଳି ପାଣିପାଗ ସହ ପଶ୍ଚିମା ଝଡର ମିଶ୍ରଣ ଯୋଗୁଁ ଫେବୃଆରୀ ୨୬ ତାରିଖରୁ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଫେବୃଆରୀ ୨୮ ଓ ମାର୍ଚ୍ଚ ୧ ତାରିଖକୁ ଛାଡ଼ିଦେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ବର୍ଷା ଜାରୀ ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

two × 2 =

error: Content is protected !!
Open chat