ମହାରାଷ୍ଟ୍ରରେ ପଲିଟିକାଲ୍‌ ଡ୍ରାମା ଜୋରଦାର: ବିଜେପି ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଭେଟିଲେ ଏକନାଥ ସିନ୍ଦେ, ବିପଦରେ ଉଦ୍ଧବ ସରକାର

0 951
greentech

ମୁମ୍ବାଇ ୨୫/୦୬/୨୦୨୨ କଳିଙ୍ଗ ଜ୍ୟୋତି ବ୍ୟୁରୋ ମହାରାଷ୍ଟ୍ରରେ ଗତ ୫ ଦିନ ହେଲା ଲାଗିରହିଥିବା ପଲିଟିକାଲ୍‌ ଡ୍ରାମା ନୂଆ ମୋଡ ନେବା ଆରମ୍ଭ କରିଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଦଳର ଅଧିକାଂଶ ବିଧାୟକଙ୍କୁ ନେଇ ଗୌହାଟୀରେ ରହିଥିବା ବେଳେ ଏବେ ଆଉ ଏକ ବଡ ଖବର ଶୁଣିବାକୁ ମିଳୁଛି । ଏକନାଥ ସିନ୍ଦେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ ନେତା ଦେବେନ୍ଦ୍ର ପଡନବୀସଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି । ଗତ ଶୁକ୍ରବାର ରାତିରେ ବଦୋଦ୍ରାରେ ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୋଇଥିବା ଣୁଣିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ଗୌହାଟୀରେ ଏକ ଘରୋଇ ବିମାନରେ ବଦୋଦ୍ରା ଆସିଥିଲେ ଏକନାଥ ସିନ୍ଦେ । ସେଠାରେ ଫଡନବୀସଙ୍କୁ ଦେଖା କରି ଆଲୋଚନା କରିବା ପରେ ପୁଣି ଶନିବାର ସକାଳ ପ୍ରାୟ ୬.୪୫ରେ ସେ ଗୌହାଟୀ ଚାଲିଯାଇଥିଲେ ।

ଦେବେନ୍ଦ୍ର ଫଡନବୀସ ଏବଂ ଏକନାଥ ସିନ୍ଦେଙ୍କ ଭେଟଘାଟ ପରେ ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଅର୍ଥାତ ବିଜେପି ସହ ମେଣ୍ଟ କରି ସରକାର ଗଢିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ଏକନାଥ ସିନ୍ଦେ । ଯାହାକି ଦୁଇ ହେଭିଓ୍ବେଟ୍‌ ନେତାଙ୍କ ସାକ୍ଷାତ ପରେ ଚର୍ଚ୍ଚା ହେଉଛି ।

ଏପଟେ ଶିବସେନା ବିଦ୍ରୋହୀ ୧୬ ବିଧାୟକଙ୍କୁ ନୋଟିସ୍‌ ଜାରି କରାଯାଇଛି । ସମସ୍ତ ବିଦ୍ରୋହୀ ବିଧାୟକଙ୍କୁ ଜୁନ ୨୭ ତାରିଖ ସନ୍ଧ୍ୟା ୫.୩୦ ସୁଦ୍ଧା ଜବାବ ତଲବ କରାଯାଇଛି । ଜାରି ନୋଟିସ ମୁତାବିକ, ଯଦି ବିଦ୍ରୋହୀ ବିଧାୟକ କୌଣସି ଜବାବ ନଦିଅନ୍ତି ତେବେ ଏହା ଧରି ନିଆଯିବ ଯେ, ସେମାନଙ୍କ ନିକଟରେ କହିବା ପାଇଁ କିଛି ନାହିଁ । ଏହା ପରେ ଦଳୀୟ ଶୃଙ୍ଖଳା ମଧ୍ୟରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ସର୍ବୋପରୀ ହେବ ।

Leave A Reply

Your email address will not be published.

nineteen + 14 =

error: Content is protected !!
Open chat