ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

0 776
greentech

ନୂଆଦିଲ୍ଲୀ ୨୧/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୁଣି ଲାଲୁଙ୍କୁ ଜେଲ ଦଣ୍ଡାଦେଶ । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ରାଞ୍ଚି ସିବିଆଇ କୋର୍ଟ ଏନେଇ ରାୟ ଶୁଣାଇଛନ୍ତି । ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଥି ସହ ତାଙ୍କୁ ୬୦ ଲକ୍ଷ ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି । ପୂର୍ବରୁ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୪ ମାମଲାରେ ୧୪ ବର୍ଷ ଜେଲ ଭୋଗୀଥିଲେ ଲାଲୁ । ଏହି ଘୋଟାଲାରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଥିଲା । ୧୯୯୦-୯୨ ମଧ୍ୟରେ ଏହି ଘଟଣା ଘଟିଲା । ଏହି ଘଟଣାରେ କିଛି ଅଧିକାରୀ ଓ ନେତାମାନଙ୍କ ମଧ୍ୟ ସମ୍ପୃକ୍ତି ରହିଥିଲା ।

ଘଟଣାକୁ ନେଇ ସିବିଆଇ ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ସିବିଆଇ କହିଛି ଏହି ଘଟଣାରେ ସମସ୍ତ ମନ୍ତ୍ରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଏହା ଗୋଟିଏ ବଡ଼ ଷଡଯନ୍ତ୍ର ମାମଲା । ରାଜ୍ୟର କିଛି ନେତା, କର୍ମଚାରୀ ଏବଂ ବ୍ୟବସାୟୀମାନଙ୍କ ଏଥିରେ ସମ୍ପୃକ୍ତି ରହିଛି ।

Leave A Reply

Your email address will not be published.

nineteen + eleven =

error: Content is protected !!
Open chat