କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର। ଗୁରୁତର ହେବାରୁ ତାଙ୍କୁ ଘରୁ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କିଛି ଦିନ ଧରି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଆଗରୁ ସେ ଗୁରୁତର ଅବସ୍ଥାରେ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ। ସେତେବେଳେ ମେଡିକାଲ୍ ଚେକ୍ ପାଇଁ ଆସିଥିବା ବେଳେ ତାଙ୍କୁ ହୃଦଘାତ୍ ହୋଇଥିଲା। ସେ ICUରେ ଥିଲେ, ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଯୋଗୁଁ ଓଡ଼ିଶା ଫେରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଗତ ୩-୪ ମାସ ହେବ ସେ ଡାଇବେଟିସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଏହାପରେ ତାଙ୍କର ଏକ ଛୋଟ ଅପରେସନ୍ କରାଯାଇଥିଲା। ଏଥିରେ ସେ ସୁସ୍ଥ ହୋଇଥିଲେ।