କୋରୁକୋଣ୍ଡା ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ମାଲକାନଗିରି କୋରୁକୋଣ୍ଡା ଜିଲ୍ଲା ବାଲିମେଳା ଏନଏସିରେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ରଥ ଆରମ୍ଭ ହୋଇଯାଇଛି। ଏନେଇ ଆଜି ଏନଏସି କାର୍ଯ୍ୟାଳୟ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏନଏସି ର ୧୨ ଟି ୱାର୍ଡର ସମସ୍ତ ଅଙ୍ଗନବାଡ଼ି ଦିଦି ଏବଂ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଏବଂ ପୁରୁଷ ଙ୍କୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବା ନେଇ ନିୟମାବଳୀ ରହିଛି। କେବଳ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଜଣାପଡିଛି। ତେବେ ଏନଏସି ର ୫ ଟି ବିଦ୍ୟାଳୟ ଗୁଡିକ ହେଲା (୧ନ ୱାର୍ଡ ର ସ୍କୁଲ, ଅଫିସର ଲାଇନ ସ୍କୁଲ, ରାଣୀ ରୋଡ଼ ବଜ଼ାର ସ୍କୁଲ, ଡ୍ରଗ ଲାଇନ ସ୍କୁଲ ଓ ପାୱାର ହାଉସ ନିକଟରେ ଥିବା ସ୍କୁଲ) କରି ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଙ୍ଗନବାଡ଼ି ଦିଦି କରିବେ ବୋଲି ସୂଚନା ମିଳିଛି। ତେବେ ଆଜିର ଏହି ସଚେତନତା ରଥର ଶୁଭାରମ୍ଭ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ଯନ୍ତ୍ରୀ ସୁଶୀଲ ବେହେରା, ରମଣୀ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।