![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ / ରେୱା, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ଆଜି ମଧ୍ୟପ୍ରଦେଶର ରେୱାଠାରେ ଏସିଆର ବୃହତ୍ତମ ସୌର କାରଖାନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଏକ ବଡ ଯୋଜନା ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶର ରେୱାଠାରେ ୭୫୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ଆରମ୍ଭ ହୋଇଛି।
![](https://i0.wp.com/kalingajyoti.com/wp-content/uploads/2020/07/ef85124a-f81b-4a5a-8a4f-417ebb7b214b.jpg?resize=1024%2C576)
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଆଜି ରେୱା ପ୍ରକୃତରେ ଇତିହାସ ସୃଷ୍ଟି କରିଛି । ରେୱାର ପରିଚୟ ମାତା ନର୍ମଦା ଏବଂ ଧଳା ବାଘ ଦ୍ବାରା ଚିହ୍ନିତ ହେଉଖିଲା । ବର୍ତ୍ତମାନ ଏହା ସହ ଏସିଆର ବୃହତ୍ତମ ସୌର ଶକ୍ତିର ନାମ ମଧ୍ୟ ଯୋଡିହୋଇଛି ।
![](https://kalingajyoti.com/wp-content/uploads/2020/07/plant-1024x576.jpg)
ଏହି ସୌର ପ୍ଲାଂଟ ସହିତ ମଧ୍ୟପ୍ରଦେଶର ଲୋକମାନେ, ଏଠାରେ ଥିବା ଶିଳ୍ପଗୁଡିକ କେବଳ ବିଦ୍ୟୁତ୍ ପାଇବେ ନାହିଁ, ବରଂ ଦିଲ୍ଲୀର ମେଟ୍ରୋ ରେଳ ମଧ୍ୟ ଏହାର ଲାଭ ପାଇବ। ରେୱାର ଏହି ସୌର ପ୍ଲାଂଟ ଏହି ଦଶନ୍ଧିରେ ଏହି ସମଗ୍ର କ୍ଷେତ୍ରକୁ ଏକ ବୃହତ ଶକ୍ତି କେନ୍ଦ୍ର କରିବାରେ ସାହାଯ୍ୟ କରିବ ।
![](https://i0.wp.com/kalingajyoti.com/wp-content/uploads/2020/07/rewa-1.jpg?resize=600%2C400)