![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/gjkuyfkf.jpg?resize=534%2C371)
କଳିଙ୍ଗ ଜ୍ୟୋତି ବ୍ୟୁରୋ ରାଉରକେଲା ୦୩/୦୭ : ରାଉରକେଲା ଆଇଜିଏଚ୍(Ispat General Hospital)ରେ ପଶିଲା କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଜଣେ ଡାକ୍ତରଙ୍କ ସହ ୬ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପଠାଯାଇଛି । ହସ୍ପିଟାଲ କିଛି ଅଂଶକୁ ଆଇସୋଲେସନ୍ ଘୋଷଣା କରାଯାଇଛି। ସଂପୃକ୍ତ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ହସ୍ପିଟାଲକୁ ସାନିଟାଇଜ କରାଯାଉଥିବା ଆଇଜିଏଚ୍ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।
![](https://kalingajyoti.com/wp-content/uploads/2020/07/yufikyuik.jpg)
ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ରାଉରକେଲା ମହାନଗର ନିଗମ । ରାଉରକେଲା ସେକ୍ଟର ୧୬ର କ୍ୱାର୍ଟର ନମ୍ବର ଏ-୧ଠାରୁ ଆରମ୍ଭ କରି ଏ-୧୨ ଏବଂ ଏ-୧୩ରୁ ଆରମ୍ଭ କରି ଏ-୩୬ ପ୍ରଯ୍ୟନ୍ତ ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/yuiyuiyu.jpg?resize=434%2C331)
![](https://kalingajyoti.com/wp-content/uploads/2020/07/gsrgsrh.jpg)
ଏହି ଅଞ୍ଚଳରେ ଥିବା ରତିନ ଘୋଷ ଜଳଖିଆ ଦୋକାନ ଠାରୁ ସମ୍ଭୁ ଜଳଖିଆ ଦୋକାନ ମଧ୍ୟରେ ଥିବା ସମସ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ଅଞ୍ଚଳରେ ସମସ୍ତ ଗାଡି ଚଳାଚଳ ଉପରେ ବାରଣ ସହ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛ।
କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯିବ । ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ଅଫିସ କିମ୍ବା ଅନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ନିର୍ଦ୍ଦେଶ ବଳବତ୍ତର ରହିବ।